ଶତରୂପାର ସଙ୍ଗୀତ ସମାରୋହ ‘କବି କଣ୍ଠେ ମୂର୍ଚ୍ଛନା’
ଭୁବନେଶ୍ୱର, : ଶତରୂପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ଦ୍ୱାରା ଆୟୋଜିତ ସଙ୍ଗୀତ ସମାରୋହ ‘କବି କଣ୍ଠେ ମୂର୍ଚ୍ଛନା’ କଳିଙ୍ଗ ପୁସ୍ତକ ବେଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ସମାରୋହକୁ ଉଦ୍ଘାଟନ କରି କବିମାନଙ୍କ ଦ୍ୱାରା ଏଭଳି ଏକ ନିଆରା କାର୍ଯର୍୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । କବି ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭଜକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ତଥା ଗାୟିକା ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଓଡ଼ିଶୀ ସଙ୍ଗୀତର ସ୍ୱନାମଧନ୍ୟା ଗାୟିକା ଶ୍ରୀମତୀ ହରପ୍ରିୟା ସ୍ୱାଇଁ ଏବଂ କଳିଙ୍ଗ ପୁସ୍ତକ ମେଳାର ସମ୍ପାଦିକା ରେଣୁକା ମିଶ୍ର । ଏହି ଅବସରରେ ନିଜ ନିଜର ଅଭିଭାଷଣରେ କବିମାନେ ବି ଗାଇବାର ଦକ୍ଷତା ରଖିପାରନ୍ତି । ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ଏହି ଧାରା ବଜାୟ ରଖିବା ପାଇଁ ସେମାନେ ଶୁଭେଚ୍ଛା ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତୁଷାର ·ରିଟେବୁଲ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ବାରିକ ଏହିଭଳି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ ଏ ଅନୁଷ୍ଠାନ ପ୍ରତି ତାଙ୍କର ସମସ୍ତ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ କବି ଶ୍ରୀଯୁକ୍ତ ଗୋଲକ ବିହାରୀ ନାୟକ ସଭା ପରି·ଳନା କରିବା ସହିତ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ୨୦୧୮ ମସିହାରେ ରାଜ୍ୟ ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ଗୀତିନାଟ୍ୟ ମହୋତ୍ସବରେ ଅଂଶଗ୍ରହଣ କରିଥିବା କବିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ଚିତ୍ରସେନ ବେହେରା ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ପୂର୍ଣ୍ଣାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କବୟିତ୍ରୀ ଚମକ ନନ୍ଦିନୀ ଦାଶ, ନିରୂପମା କର, ମନିକା ମହାପାତ୍ର, କବି ବିମ୍ବାଧର ବାରିକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ କବି ଶ୍ୟାମଘନ ମହାରଣା ଓ ରାମ ପ୍ରସାଦ ଦେବଶର୍ମା ।