ଶାନ୍ତି ଓ ବିକାଶ ନିମନ୍ତେ ବିଶ୍ୱ ବିଜ୍ଞାନ ଦିବସରେ ସେମିନାର
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଜି ଛତ୍ରପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଷ୍ଟେମ୍ ଫର ଗାର୍ଲସ ତରଫରୁ ଶାନ୍ତି ଏବଂ ବିକାଶ ନିମନ୍ତେ ବିଶ୍ୱ ବିଜ୍ଞାନ ଦିବସ ଅବସରରେ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି ସେମିନାର ରେ ଛାତ୍ରୀ ମାନେ ସମାଜରେ କିଭଳି ବିଜ୍ଞାନ ଓ ଟେକ୍ନୋଲୋଜି କୁ ବ୍ୟବହାର କରି ଜଳବାୟୁ କୁ ସୁନ୍ଦର ଭାବେ ସ୍ଥିର କରିହେବ ଏବଂ ପରିବେଶର ବିଭିନ୍ନ ଉନ୍ନତି ହୋଇପାରିବ ତାହା ସେମିନାର ଦ୍ୱାରା ବୁଝେଇଥିଲେ । ଆଜିର କାର୍ଯ୍ୟ କ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତା ରାଣୀ ପାଣିଗ୍ରାହୀ ସଂଯୋଜନା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ସୁବଳୟା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡା. ଅନିତା ମିଶ୍ର ଯିଏକି ରୋଲମୋଡେଲ ଭାବରେ ଯୋଗଦେଇଥିଲେ l ଆଜିର କାର୍ଯ୍ୟକ୍ରମକୁ ନିଜର ସ୍ମୃତି ଓ ଜଣେ ଝିଅ କିପରି ତାଙ୍କର ସ୍ବପ୍ନ ସାକାର କରିବେ ତାହା ବୁଝାଇ ଥିଲେ । ଏହି ଅବସରରେ ବିଦ୍ୟାଳୟରେ ଷ୍ଟେମ୍ ର ପବିତ୍ରା କୁମାରି ତ୍ରିପାଠୀ, ପ୍ରଗତି ନାହାକ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏହା ସହ ଛାତ୍ରୀମାନେ ମଧ୍ୟ ଆଜିର କାର୍ଯ୍ୟକ୍ରମ ପାଈଁ ନିଜର ସୁନ୍ଦର ସୁନ୍ଦର ମତପ୍ରକାଶ କରିଥିଲେ ଏବଂ ଆଗାମୀ ଦିନରେ କିଭଳି ଝିଅ ମାନେ ଷ୍ଟେମ ପଥରେ ନିଜର ଭବିଷ୍ୟତ ଗଢିବେ ତାହା ମଧ୍ୟ ସ୍ଥିର କରିଥିଲେ l