ଖାରିଗୁଡା ଦୁର୍ଗମ ଗ୍ରାମାଞ୍ଚଳର ନୂତନ ବିଦ୍ୟାଳୟ କୋଠାକୁ ବ୍ରହ୍ମପୁର ସାଂସଦ ଉଦ୍ଘାଟନ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଦୁର୍ଗମ ଗ୍ରାମ ଖାରିଗୁଡା ଠାରେ ନୂତନ ବିଦ୍ୟାଳୟ କୋଠାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେକର ସାହୁ ଉଦଘାଟନ କରିଛନ୍ତି । ମୋହନା ବ୍ଲକ ଅନ୍ତର୍ଗତ ଏହି ଖାରିଗୁଡାରେ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ସାଧାରଣଙ୍କ ତରଫରୁ ବହୁ ଦାବି ହେବା ପରେ ଏହାର ନିର୍ମାଣ ଆରମ୍ଭ କରାଯାଇଥିଲା । କୋଠାର ନିର୍ମାଣ ଶେଷ ପରେ ଏହାର ଉଦ୍ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଆର୍.ବିଜୟ କୁମାର, ପୂର୍ବତନ ଉନ୍ନୟନ ଆଦିବାସୀ ଅଧିକ୍ଷକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଉପ ସଭାପତି ଦଣ୍ଡାସୀ ସାହୁ, ବ୍ଲକ ସଭାପତି ରଞ୍ଜିବ ଶବର, ପ୍ରଶାନ୍ତ ନାୟକ, ରାହୁଳ ଦତ୍ତ, ମହିଳା ମଣ୍ଡଳ ସଭାପତି ଝୁମୁରି ବୀର, ଖାରିଗୁଡା ସରପଞ୍ଚ ରାଧିକା ମାଝୀ ପ୍ରମୁଖ ଉପସ୍ଥିତଥିଲେ ।


