କୋଣାର୍କ ସୁରକ୍ଷା ସମିତିର ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣଧାରଣା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବୁଧବାର ପୂର୍ବାହ୍ନରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣଧାରଣା,ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରତି ଶନିବାର ସୂର୍ଯ୍ୟମନ୍ଦିର ପ୍ରବେଶ ଶଳ୍କ ଛାଡ,ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ,ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ ଆଦି ଦାବି ନେଇ ସମିତି ସଦସ୍ୟ ପ୍ରମୁଖ ସାମିଲ ହୋଇ ଗଣଧାରଣାରେ ବସି ରହିଥିଲେ । ସୁରକ୍ଷା ସମିତି ଆବାହକ ଭାଗିରଥି ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ଗଣଧାରଣାରେ ସଭାପତି ବାଦଲ ଦାଶ,ସମ୍ପାଦକ ରାମକୃଷ୍ନ ମହାନ୍ତି,ସୁଆଣ୍ଡ ସେତୁ ସଂଗଠନ ସଭାପତି ଗୋବିନ୍ଦ ମହାପାତ୍ର,ବାବା ଶକ୍ତିଦେବ ଶତପଥି,ଉମା ଶଙ୍କର ଆଚାର୍ଯ୍ୟ,ରଘୁନାଥ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ପ୍ରତି ଶନିବାର ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ,ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ବ୍ୟବସାୟୀଙ୍କୁ ଥଇଥାନ,ଜମିଜମା ସମସ୍ୟାର ସମାଧାନ, ସୂର୍ଯ୍ୟମନ୍ଦିର ସଂରକ୍ଷଣରେ ଅବହେଳା ପ୍ରଦର୍ଶନ ହେଉଥିବା ସଂପର୍କରେ ଏକ ଦାବି ପତ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏଏସଆଇ ଡିଜିଙ୍କ ଉଦେଶ୍ୱରେ ଗୋପ ତହସିଲଦାର ଏସକେ ସାଗିର,ସହାୟକ ଅଧିକ୍ଷକ ପୁରାତତ୍ୱବିତ ପ୍ରତାପ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏଏସଆଇ ବିରୁଧରେ ଏହି ଗଣଆନ୍ଦୋଳନ ଜାରି ରହିବ ବୋଲି ସମିତି ଚେତାବନୀ ଦେଇଛି । ଏହି କାର୍ଯ୍ୟକ୍ରମକୁ ପ୍ରିୟ ରଂଜନ ରଥ,ପ୍ରତାପ କାଣ୍ଡି,କୁନାଲ ପାତ୍ର,ବିରଂଚି ନାରାୟଣ ରଥ ପ୍ରମୁଖ ସମସ୍ତ କର୍ମକର୍ତା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ