ରଜରେ ଦୋଳିଖେଳ ଓ ନାଚଗୀତରେ କମ୍ପିଲା ମାଟିଆପଡ଼ା ଗାଁ ପରିବେଶ

କୋଣାର୍କ (ଓ୍ବାଇଏନଏସ): କୋଣାର୍କ ନିକଟସ୍ଥ ଶିମିଳି ପଞ୍ଚାୟତ ମାଟିଆପଡ଼ା ଗ୍ରାମ ମହାବୀର ମନ୍ଦିର ପୀଠରେ ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନ ଓ ସତ୍ୟ ମହାବୀର ସାଂସ୍କୃତିକ ସେବାସଂଘ ପକ୍ଷରୁ ଚଳିତ ବର୍ଷ ତିନି ଦିନିଆ ପ୍ରଥମ ରଜ ମହୋତ୍ସବ ଚାଲୁ ରହିଛି। ଦ୍ଵିତୀୟ ଦିବସ ତଥା ରଜ ସଂକ୍ରାନ୍ତି ଦିନ ଅତିଥି ଭାବେ କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ, ଜଗନ୍ନାଥ ମହିଳା ଶକ୍ତି ସଂଗଠନ ସଭାନେତ୍ରୀ ରମାମଣି ସାହୁ, ଗ୍ରାମ ସଭାପତି ଲକ୍ଷ୍ମୀଧର ସାହୁ, ନାଟ୍ୟଦୀପ କାଳନ୍ଦୀ ସ୍ବାଇଁ ପ୍ରମୁଖ ଯୋଗଦେଇ ରଜ ମହୋତ୍ସବ ଶୁଭ ଉଦଘାଟନ କରିଥିଲେ। ଉତ୍ସବରେ ମହିଳା ଓ ଝିଅ ମାନଙ୍କ ପାଇଁ ସୁସଜ୍ଜିତ ଦୋଳି, ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନ ପକ୍ଷରୁ ବିଭିନ୍ନ ପିଠା ପଣା, ମହାଲକ୍ଷ୍ମୀ ଜୁଏଲାରୀ ପକ୍ଷରୁ ରଜପାନ ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମକୁ ସମିତି ସଭ୍ୟା ମିନତି ସାହୁ ସଂଯୋଜନା କରିଥିବା ବେଳେ ଅଙ୍ଗନବାଡ଼ି କର୍ମୀ ଜ୍ୟୋସ୍ନା ମହାନ୍ତି, ମମତା ନାୟକ, ଶାମୁକା ବେହେରା, ବିଷ୍ଣୁପ୍ରିୟା ନାୟକ, ସୁମିତ୍ରା ସାହୁ ଓ ସମାଜସେବୀ ଶୁଶାନ୍ତ ଚିନ୍ନରାଙ୍କ ସମେତ ମହିଳା ସଂଗଠନ ସଦସ୍ୟା ମାନେ ପରିଚାଳନାରେ ସହଯୋଗ କରିଥିଲେ। ରଜ ସଂକ୍ରାନ୍ତି ଅବସରରେ ମୁରୁଜ ପ୍ରତିଯୋଗିତା ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ କୁନାକୁନୀ ଝିଅ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଏକକ ଓ ଦଳଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ