ପୁଣି ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଧରିଲା ମୋହନା ପୋଲିସ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଏସପି ସିତାରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଦିନ ଅଞ୍ଚଳରେ ରାତ୍ରକାଳୀନ ପେଟ୍ରୋଲିଙ୍ଗ ଜାରି ରହିଛି । ମୋହନା ଏସଆଇ କୁଷ୍ଣଚନ୍ଦ୍ର ମଲ୍ଲିକ ଓ କର୍ମଚାରୀ ବୁଧବାର ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ କାର ନଂ (ଓଆର୦୭ଇଉ୪୩୯୯ )କୁ ଅଟକାଇବା ବେଳେ ଗାଡିଟି ଦୃତଗତିରେ ଚାଲି ଯାଇଥିଲା। ପୁଲିସ କାରକୁ ପିଛା କରି ଯାଉଥିବା ବେଳେ ମୋହନା ଠାରୁ ୨କିମି ଦୂର ନାରିଙ୍ଗି ନିକଟରେ ଗାଡି ଛାଡି ଚାଳକ ଚମ୍ପଟ ମାରିଥିଲା । ଗାଡିଟିକୁ ଯାଞ୍ଚ କରିବା ବେଳେ ସେଥିରେ ୬ ବସ୍ତା ଗଞ୍ଜେଇ ପାଇଥିଲା। ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପୋଲେଇଙ୍କ ଉପସ୍ଥିତରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରିବାରୁ ୧୭୧ କିଲୋ ୫୦୦ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୁଲ୍ୟ ୧୧ ଲକ୍ଷ ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ