ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,(ଓ୍ବାଇଏନଏସ) : ୨୦୦୦ ମସିହା ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ  ନାୟକ ମଙ୍ଗଳବାର ଗଞ୍ଜାମ ଜିଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଭାବେ ନିଜ ଦାୟିତ୍ୱ ସଠିକ ଭାବେ ପରିଚାଳନା କରିଆସୁଥିଲେ । ଶ୍ରୀ ନାୟକ ପୂର୍ବରୁ ଗଞ୍ଜାମ,ଗଜପତି,କନ୍ଧମାଳ ଜିଲାରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ ସଂପାଦନ କରିଥିଲେ । ଆଜି ଦାୟିତ୍ୱ ଗ୍ରହଣ ଅବସରରେ ସେ ଗଣମାଧ୍ୟମକୁ ସୌଜନ୍ୟମୂଳକ ସାକ୍ଷାତ ରେ କହିଛନ୍ତି, ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ସଫଳ କାର୍ଯ୍ୟ କାରିତାକୁ ଗୁରୁତ୍ୱ ଦିଆଯିବ l ଏଥି ଲାଗି ସମସ୍ତ ପ୍ରୟାସ ଜାରି ରହିବ l ସେହିପରି ଗଞ୍ଜାମ ଜିଲ୍ଲାର ସୁନାମକୁ ବଜାଇ ରଖିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି l ନୂତନ ଭାବେ ଆଜି ଦାୟିତ୍ୱ ଗ୍ରହଣ ପରେ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ଭେଟିଥିଲେ | ପରେ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ |  ସୂଚନାଥାଉକି, ପୂର୍ବରୁ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଥିବା  ଡ଼ଃ. ପ୍ରମୋଦ କୁମାର ପୃଷ୍ଟି ନବରଙ୍ଗପୁର ଜିଲ୍ଲା କୁ  ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳୀ ହୋଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ