ବେଆଇନ ମାଟି ଓ ବାଲି ଚୋରା ଚାଲାଣ: ତିନି ଟ୍ରାକ୍ଟର ଜବତ

କୋଣାର୍କ (ଓ୍ବାଇଏନଏସ):- କୋଣାର୍କ ତଥା ଆଖପାଖ ଅଞ୍ଚଳରେ ବେନିୟମ ଭାବେ ବାଲି, ମାଟିର ଅବୈଧ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାପଡିଛି। ରାତି ହେବା ମାତ୍ରେ ଟ୍ରାକ୍ଟର ଓ ଜେସିବିଙ୍କ ରାଜୁତି ଆରମ୍ଭ ହେଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ତହସିଲ ଓ ଥାନା ପକ୍ଷରୁ ଏ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯୋଗୁଁ କିଛି ମାତ୍ରାରେ ଏହି ବେଆଇନ କାର୍ଯ୍ୟକଳାପରେ ଅଙ୍କୁଶ ଲାଗୁଥିଲା।ହେଲେ ଯେବେ ଠାରୁ ଏହା ଖଣି ବିଭାଗ ଅଧୀନକୁ ଯାଉଛି ବାଲି, ମାଟିର ଅବୈଧ ଚାଲାଣ ବୃଦ୍ଧି ପାଇଥିବା ସାଧାରଣରେ ଅଭିଯୋଗ ହୋଇଛି । ମଝିରେ ମଝିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଥିବା ଦେଖିବାକୁ ମିଳିଛି ।ସେହିପରି ସୋମବାର ବିଳମ୍ବିତ ରାତ୍ରରେ କୋଣାର୍କ ଥାନା ଅଧିନସ୍ଥ ଅନସରା ଅଞ୍ଚଳରେ ମାଟି ଚାଲାଣ କରାଯାଉଥିବା ଖବର ପାଇ କୋଣାର୍କ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ତିନୋଟି ମାଟି ଲୋଡ୍ ଟ୍ରାକ୍ଟରକୁ ଜବତ କରାଯିବା ସହ ଦୁଇ ଜଣଙ୍କୁ ଅଟକ ରଖାଯାଇଥିଲା । ଏନେଇ କୋଣାର୍କ ଥାନା ପକ୍ଷରୁ ନଂ-୯୬/୨୬ , ୯୭/୨୬ , ୯୮/୨୬ ରେ ତିନୋଟି ମାମଲା ରୁଜ୍ଜୁ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା କୋଣାର୍କ ଥାନା ଅଧିକାରୀ ପ୍ରକାଶ କରିଅଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ