କଙ୍ଗନା ରଣାୱତଙ୍କ ଠାରୁ ପଦ୍ମଶ୍ରୀ ପ୍ରତ୍ୟାହାର କରାଯାଉ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଗତ କିଛିବର୍ଷ ଧରି ଦେଶର ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କୁ ବିଶେଷ କରି ଗାନ୍ଧିଜୀ ଓ ଗାନ୍ଧିବାଦୀମାନଙ୍କୁ ନ୍ୟୁନକରି ଦର୍ଶାଇବାର ଯେଉଁ ପ୍ରୟାସ ଚାଲିଛି, ସରକାରୀ ଦଳର ଭାଷା ମୁଖର ଭାବେ କହୁଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିବା ଏବଂ ପ୍ରତିଦାନରେ କଙ୍ଗନା ଦେଶର ସ୍ୱାଧୀନତା ତଥା ଗାନ୍ଧିଜୀଙ୍କୁ ବିଦ୍ରୁପ କରିବା ତାହାର ଏକ ପ୍ରତିଫଳନ । ଏହି ପରିପ୍ରେକ୍ଷୀରେ ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ “ଗାନ୍ଧୀଙ୍କୁ ଏତେ ବିରୋଧ କାହିଁକି” ଶିର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । ସଂଗଠନର ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଡଃ. ବାସୁଦେବ ଦାସ, ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ଗାନ୍ଧୀ ପଦଯାତ୍ରା କମିଟି ସଭାପତି ଭଜକୃଷ୍ଣ ରାଉତ, କିଶୋର ନ୍ୟାୟ ପରିଷଦ ସଭ୍ୟ ରବୀନ୍ଦ୍ର ପ୍ରସାଦ ଜେନା, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ସରକାରୀ ଅଧିବକ୍ତା ସଞ୍ଜୟ ଜେନା, ପ୍ରଫୁଲ୍ଲ ଦାସ, ଅମର ପ୍ରସାଦ ରାଉତ, ଭାଗୀରଥି ଜେନା, ଶୁଭାଂଶୁ ଦାସ, ରଣଧିର ଜେନା, ମେଜର ଭରତ ଚନ୍ଦ୍ର ଜେନା, ଶରତ ରାଉତ, ନଗେନ୍ଦ୍ର ଜେନା ପ୍ରମୁଖ ଆଲୋଚନାକରି ଅଭିନେତ୍ରୀ କଙ୍ଗନା ରଣାୱତ ଦେଶର ଗୈାରବକୁ ପଦଦଳିତ କରୁଥିବା ମନ୍ତବ୍ୟ ପାଇଁ ସେ ତୁରନ୍ତ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍ ତାଙ୍କ ବିରୋଧରେ ସରକାର ଫୈାଜଦାରୀ ମାମଲା ଚଳାଇବା ସହ ତାଙ୍କ ଠାରୁ ପଦ୍ମଶ୍ରୀ ଉପାଧି ପ୍ରତ୍ୟାହାର କରିନେବାକୁ ଆହ୍ୱାନ ଦିଆଯାଇଥିଲା । ମହମ୍ମଦ ଜାହିଦ ଖାନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ନିରଞ୍ଜନ ପରିଡା ଧନ୍ୟବାଦ ପ୍ରଦାନ ଓ କଣ୍ଠଶିଳ୍ପୀ ଗୋଲଖ ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ