ଗଞ୍ଜାମ ବ୍ଲକର ଚିଲିକା ତଟବର୍ତୀ ଅନୁଧ୍ୟାନ କଲେ ଜିଲ୍ଲାପାଳ

ଗଂଜାମ, (ବିନୋଦପଲେଇ): ସାମ୍ଭାବ୍ୟ ବାତ୍ୟାଟଳି ଯାଇଥିବା ବେଳେ ବର୍ଷାକୁ ଆଖିଆଗରେ ଗଂଜାମ ବ୍ଲକର ଚିଲିକା ତଟବର୍ତ୍ତି ଗ୍ରାମ ଗୁଡିକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯାଇ ଲୋକଙ୍କୁ ସଚେତନତା କରିବା ସହ ରହିବ ପାଇଁ ବାତ୍ୟାଆଶ୍ର ସ୍ଥଳୀର ସ୍ଥିତ ଏବଂ ନଷ୍ଟ ହୋଇଯାଇଥିବା ପନିପରିବା ଫସଲ ଅନୁଧ୍ୟାନ କରିଥିଲେ।ଏହି ସମୟରେ ଗଂଜାମ ବିଡ଼ିଓ ବିଶ୍ୱଜିତ ରାୟ, ଗଞ୍ଜମ ତହସିଲଦାର ଅରୁଣ କୁମାର ନାୟକ ଉପସ୍ଥିତ ଥିଲେ ।ଆଜି ଏହି ବ୍ଳକର ସାନରାମଚନ୍ଦ୍ରପୁରର ପଞ୍ଚାୟତର ଗୌରାଙ୍ଗପାଟଣା, ମଧୁର ଛୁଆଁ, ଡିଆଁଡି, ଓ ଝରେଡି -ରାଧାଗିବିନ୍ଦପୁରର ପଞ୍ଚାୟତର ବିଞ୍ଚଣାପଲ୍ଲି, ଝରେଡି-ରାଧାଗିବିନ୍ଦପୁର, ସିପିକୁଦା, ପ୍ରମୁଖ ଗ୍ରାମଗୁଡିକୁ ଜିଲ୍ଲାପାଳ କୁଲାଙ୍ଗେ, ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ରହିବା ବ୍ୟବସ୍ଥାର ସ୍ଥିତି ପରଖିଥିଲେ । ଏବଂ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ପନିପରିବା ଫସଲ ଅନୁଧ୍ୟାନ କରିଥିବା ଦେଖାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ