ଅଟୋରୁ ଖସିପଡି ଗୋଲିଆ ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ମୃତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ୍ ଗୋଲିଆ ଆଦର୍ଶ ବିଦ୍ୟାଳୟର ଜଣେ ଛାତ୍ର ଅଟୋରୁ ଖସି ପଡି ମୃତ୍ୟୁ ଘଟିଥିବା ଜଣା ଯାଇଛି I ଆଦର୍ଶ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ନବମ ଶ୍ରେଣୀ ଛାତ୍ର ଯୁବରାଜ ସେଠୀ (୧୪) ଅଟୋ ଡ୍ରାଇଭର ସିଟର ବାମ ପାଖରେ ବସି ଥିଲେ l ରାସ୍ତାରେ ବୋତଲରୁ ପାଣି ପିଇବା ସମୟରେ ବୋତଲଟି ଖସି ପଡିଥିଲା I ବୋତଲ ଟିକୁ ଦେଖିବା ସମୟରେ ଗାଡି ମୋଡ ବୁଲିବା କାରଣରୁ ଯୁବରାଜ ଖସି ପଡିଥିଲା I ତୁରନ୍ତ ସେହି ଅଟୋରେ ତାଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା l ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା I ବ୍ରହ୍ମପୁର ବଡ଼ ମେଡିକାଲରେ ସିଟି ସ୍କାନ କରି କେବିନରୁ ବାହାରିବା ସମୟରେ ଯୁବରାଜଙ୍କ ମୃତ୍ୟୁ ଘଟିଥିଲା। ଆସନ୍ତା କାଲି ଯୁବରାଜଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମର ଶରୀର ହସ୍ତାନ୍ତର କରାଯିବ ବୋଲି ଜବାପଡିଛି। ମୃତ ଛାତ୍ର ବୁଗୁଡ଼ା ଏନଏସିର ଦୁଇ ନମ୍ବର ୱାର୍ଡ କେନାଲ ସାହି ରଘୁନାଥ ସେଠୀଙ୍କ ପୁତ୍ର I ରଘୁନାଥ ସେଠୀ ବୁଗୁଡା ବ୍ଲକ ଅନ୍ତର୍ଗତ କୁଞ୍ଜବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ। ଶ୍ରୀ ସେଠୀଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ପୁଅ ବଡ଼ଥିଲେ। ଝିଅ ଜଣଙ୍କ ଦ୍ଵିତୀୟ କିମ୍ବା ତୃତୀୟ ଶ୍ରେଣୀରେ ପଢ଼ୁଥିବା ଜଣା ପଡ଼ିଛି। ପ୍ରତିଦିନ ଛାତ୍ରଛାତ୍ରୀମାନେ ଯିବା ଆସିବା କରୁଥିବା ଗାଡି ଖରାପ ଥିବା ଯୋଗୁଁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଅଟୋରେ ବସି ଘରକୁ ଫେରିବା ସମୟରେ ଅଟୋରୁ ଖସି ଜଣେ ମେଧାବୀ ଛାତ୍ରଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି। ଯୁବରାଜଙ୍କ ମୃତ୍ୟୁ ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ