ରାଷ୍ଟ୍ରୀୟ ଲୋକ ଅଦାଲତ ୪୦ ମାମଲା ଫଇସଲା ୧୧.୨୨ ଲକ୍ଷ ଆଦାୟ

ଛତ୍ରପୁର, (ଦେବଦତ୍ତ ମହାରଣା) : ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ରାଜାରଞ୍ଜନ ପାଢୀ, ସିନିୟର ସିଭିଲ୍ ଜଜ୍ ମାନସ ରଞ୍ଜନ ରାୟ ,ଏସ୍‌ଡିଜେଏମ୍ ସୌମ୍ୟା ପ୍ରଧାନ ଓ ଜେଏମଏଫସି ପ୍ରଜ୍ଞା ପାରମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୪୦ଟି ମାମଲାର ଫଇସଲା କରିଛନ୍ତି । ଏହି ବାବଦରେ ମୋଟ ୧୧ ଲକ୍ଷ ୨୨ ହଜାର ୪୩୫ ଟଙ୍କା ଆଦାୟ କରାଯାଇଥିଲା । ୨ଟି ମୋଟର ଜନିତ ଦୁର୍ଘଟଣା ମାମଲା ଫଇସଲା କରି ୪ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ଆଦାୟ ହୋଇଥିବା ବେଳେ ୪ ଟି ବ୍ୟାଙ୍କ ମାମଲା ଫଇସଲା କରି ୪ଲକ୍ଷ୫୩ ହଜାର ୧୪୦ ଟଙ୍କା ଏବଂ ୪ଟି ସିଭିଲ ମାମଲା ଫଇସଲାକରି ୨ଲକ୍ଷ୬୯ହଜାର ୨୯୫ଟଙ୍କା ଆଦାୟ ହୋଇଥିଲା । ସେହିପରି ଏଫ୍‌ଆରଟି ୨୭ ଟି , ଗୋଟିଏ ବୈବାହିକ ଏବଂ ୨ଟି ଅପରାଧଜନିତ ମାମଲାର ମଧ୍ୟ ଫଇସଲା କରାଯାଇଥିଲା । ସରକାରୀ ଓକିଲ ଡମିନାଥ ସାହୁ, ଓକିଲ ଗୋକୁଳ ଚନ୍ଦ୍ର ପଣ୍ଡା, ନିତ୍ୟାନନ୍ଦ ମୁଦୁଲି, ରାମକୃଷ୍ଣ ଦାଶ, ପର୍ଶୁରାମ ଗୈାଡ, ପ୍ରଦୀପ କୁମାର ପାଢି ଓ ଶିବ ସାହୁଙ୍କ ସମେତ ବହୁ ଆଇନଜିବୀ ମାନେ ମାମଲା ଗୁଡିକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ