ପିଲିବନ୍ଧ ପାର୍କକୁ ଭିସି ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ଡିସେମ୍ବର ୧୨ ତଥା ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ପିଆରଆଇ ମେମ୍ବର ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ସମସ୍ତ ପିଆରଆଇ ମେମ୍ବର, ପୋଲିସ୍ ଓ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ଓ ସମସ୍ତ ଅଧିକାରୀ ମାନଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଥିବା ବହୁ ପୁରାତନ ପିଲି ବନ୍ଧ ପାର୍କ ମଧ୍ୟ ରହିଛି । ବିଟ୍ରିସ୍ ଅମଳରୁ ଥିବା ଏହି ପିଲିବନ୍ଧ ଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନଃରୁଦ୍ଧାର କରାଯାଇ ବରିଷ୍ଠ ନାଗରିକ ଓ ଶିଶୁ ମାନଙ୍କ ନିମନ୍ତେ ସୈାଦର୍ଯ୍ୟକରଣର ପାର୍କ ନିର୍ମାଣ କରାଯାଇ ବିଭିନ୍ନ ଜଳଫୁଆର, ବୋଟିଂ, ବୁଦ୍ଧଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରାଯିବା ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ବିଭିନ୍ନ ଯୋଜନା ଆନୁକୂଲ୍ୟରେ ପ୍ରାୟ ୧ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ