ସଂଘ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ତାମିଲନାଡ଼ୁରେ କୁନ୍ନୁର ପାଖରେ ଡିସେମ୍ବର ୮ ତାରିଖ ଦିନ ଏକ ହେଲିକାପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ତାଙ୍କ ପନ୍‌ôୀ ମଧୁଲିକା ରାୱତ ଓ ୧୧ ସୈନ୍ୟଙ୍କୁ ମିଶାଇ ମୋଟ ୧୩ ଜଣଙ୍କ ଦୁଃଖଦ ବିୟୋଗ ହୋଇଛି । ସେହି ସହୀଦମାନଙ୍କ ଉଦ୍ଦେଶ୍ୟରେ ଡିସେମ୍ବର ୧୦ ତାରିଖ ସଂଧ୍ୟାରେ ସଂଘ ପରିବାର, ଭୁବନେଶ୍ୱର ମହାନଗର ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଭୁବନେଶ୍ୱରର ମାଷ୍ଟ୍ରକ୍ୟାଂଟିନ ଠାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ବୀର ଜବାନ ମାନଙ୍କର ଜୟଗାନ କରାଯାଇଥିଲା । ଜେନେରାଲ ରାବତ ଜଣେ ଶ୍ରେଷ୍ଠ ସେନାନାୟକ ଥିଲେ ଓ ତାଙ୍କର ବିୟୋଗରେ ଦେଶର ଅଶେଷ କ୍ଷତି ଘଟିଛି । ଯୋଗଜନ୍ମା ପୁରୁଷମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ ସକାଶ ଆସିଥାନ୍ତି । ସେମାନଙ୍କ ଜନ୍ମ, ଜୀବନଧାରା ଓ କାର୍ଯ୍ୟପାଇଁ ପରିବେଶ ୍ ଅନୁକୂଳ କରି ପଠାଇଥାନ୍ତି ଭଗବାନ । ଜେନେରାଲ ବିପିନ ରାୱତ୍ ଥିଲେ ସେମିତି ଯୋଗଜନ୍ମା ପୁରଷ । ଯୋଦ୍ଧା ଭାବରେ କାର୍ଯ୍ୟ ସମ୍ପାଦନା କରିବାକୁ ତାଙ୍କୁ ଧରାଧାମକୁ ପଠାଇଥିଲେ ଭଗବାନ । ତେଣୁ ଜଣେ ବିଶିଷ୍ଟ ସାମରିକ ଯୋଦ୍ଧାଙ୍କ ପରିବାରରେ ତାଙ୍କ ଜନ୍ମ ବିଧି ନିର୍ଦ୍ଦିଷ୍ଟ ଥିଲା । ମାଟି ମାଆ ପାଇଁ ବା ଦେଶ ମାତୃକା ସେବା କରିବାର ସୁଯୋଗ ତାଙ୍କୁ ମିଳିଥିଲା । ସଚ୍ଚୋଟ, ସତ୍ୟନିଷ୍ଠ ଓ ସମର୍ପିତ ଏହି ତିନି ଶବ୍ଦର ଜେନରାଲ ରାୱାତ ଥିଲେ ମୂର୍ତିମନ୍ତ ପ୍ରତୀକ । ଶ୍ରଦ୍ଧାଞ୍ଜଳି ସଭାରେ ଦିବଙ୍ଗତ ଜବାନମାନଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରା ଯିବା ସହ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସହୀଦମାନଙ୍କ ଫଟୋ ଚିତ୍ର ନିକଟରେ ସମସ୍ତେ ଦୀପଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବେଦାର ମେଜର ପ୍ରଶାନ୍ତ କୁମାର ମହାପାତ୍ର, ରୁଦ୍ର କୁମାର ମହାପାତ୍ର, ଗୋଦାବରୀଶ ମହାପାତ୍ର, ଶଙ୍କର କେଶରୀ ସିଂହ,ସୁବ୍ରତ କୁମାର ତ୍ରିପାଠୀ,ଯାଜ୍ଞବଳ୍କ ମହାନ୍ତି, ସୁମନ୍ତ ଘଡେଇ, ଜ୍ୟୋର୍ତିମୟୀ ସାହୁ,ଜୟକୃଷ୍ଣ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ