ପୋଡ଼ାପଦର ପଞ୍ଚାୟତ ରେ ହିତାଧିକାରୀଙ୍କୁ ନୂଆ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆନୁକୂଲ୍ୟ ରେ ନୂଆ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଡ଼ାପଦର ପଂଚାୟତ ରେ ସରପଞ୍ଚ ପିତାମ୍ବର ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ନୂଆ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବା ସହ ବିନା ଖର୍ଚ୍ଚ ରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ହିତାଧିକାରୀ ମାନଙ୍କୁ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ପୋଡ଼ାପଦର ସମିତି ସଭ୍ୟା ରଂଜିତା ପଲାଇ, ଶିକ୍ଷକ ନେତା ସୋମନାଥ ସାହୁ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ, ପିଇଓ ଡ଼କ୍ଟର ସେଠି, ପୂର୍ବତନ ସମିତି ସଭ୍ୟ ସାନୁ ସେଠି,ଗଜେନ୍ଦ୍ର ପଲାଇ, ରମେଶ ସ୍ୱାଇଁ, ଏନ. ରାଜା ରାଓ, ବି. ସୀମାଦ୍ରୀ, ବି. ସିମାଞ୍ଚଳଙ୍କ ସମେତ ବହୁ ପଂଚାୟତ ବାସୀ ଉପସ୍ଥିତ ରହି ଏହି କାର୍ଡ ବଣ୍ଟନ କରିଥିଲେ l


