ହିଞ୍ଜିଳିରେ ବୈଦ୍ଧିକ ବିକାଶ ପ୍ରତିଯୋଗିତା

ହିଞ୍ଜିଳିକାଟୁ, ୧୦ା୧୧ (ଶେଷଦେବ ସାହୁ): ହିଞ୍ଜିଳିକାଟୁ ଭାଗବତ କଥା ବିତରଣ ପରିଷଦ ପକ୍ଷରୁ ରବିବାର ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ଏକ ବୈଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପୌରାଂଚଳ ଓ ବ୍ଳକର ବହୁ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ଯୋଗଦେଇ ଆୟୋଜିତ ଚିତ୍ରାଙ୍କନ, ଗୀତାଶ୍ଳୋକ, ଗଳ୍ପ, ଆବୃତି, ପ୍ରବନ୍ଧ, ବକୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ସମୀକ୍ଷକ ରମେଶ ଚନ୍ଦ୍ର ଚୌଧୁରୀ, ଶିକ୍ଷୟତ୍ରୀ ଡ଼ି. ଗୌରୀ, ରୁପାଲି ପଣ୍ଡା, ଗିତାଞ୍ଜଳି ପାଣିଗ୍ରାହୀ, ଗୌରହରି ପୃଷ୍ଟି, ଡ଼ଃ. ଗଦାଧର ବେହେରା, ତପନ କୁମାର ପଣ୍ଡା, ହରିହର ଚୌଧୁରୀ, ଗଦାଧର ବେହେରାଙ୍କ ସମେତ ପରିଷଦର ସମସ୍ତ କର୍ମକର୍ତା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ