ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରଠାରେ କଂଗ୍ରେସ ଦଳ ତରଫରୁ ଭାରତୀର ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦାଃ, ଅଶୋକ ଅଗ୍ରଓ୍ବାଲା, ସିମାଲ ମାଝୀ, ଭଜହରି ମହାନ୍ତ ପ୍ରମୁଖ ବହୁ କଂଗ୍ରେସ ଦଳୀୟ କର୍ମି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦଳୀର ନେତୃବୃନ୍ଦ ଲୌହ ମାନବୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଇରଙ୍ଗପୁର ମ୍ୟୁନସିପାଲଟି ମାର୍କେଟ ପରିସରରେ ଦଳୀୟ ନେତୃବୃନ୍ଦଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା । ଦେଶ ସ୍ୱାଧୀନତା ସମୟରେ କଂଗ୍ରେସ ଦଳର ଭୂମିକା ଓ ଭାରତ ନିର୍ମାଣରେ କଂଗ୍ରେସର ଭୂମିକା ଉପରେ ଦଳୀୟ ନେତୃବୃନ୍ଦ ବକ୍ତବ୍ୟରେ ରଖିଥିଲେ ।ଯେଉଁ ମହାନ ଜନନାୟକଙ୍କ କଂଗ୍ରେସ ଦଳର ନେତୃତ୍ବରେ ପ୍ରମୁଖ ଭୂମିକା ଗ୍ରହଣ କରି ଦେଶ ସ୍ୱାଧୀନତାର ବଳିଦାନ ଦେଇଛନ୍ତି ସେମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବା ସହ ଜିଲ୍ଲାରେ ଦଳୟ ସଂଗଠନକୁ ସୁଦୃଢ କରିବାକୁ ଆହ୍ବାନ ଦେଇଥିଲେ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ । ତେଣୁ ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।


