ତହସିଲଦାରଙ୍କ ଆଲୋଚନା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ରାସ୍ତା ଅବରୋଧ ହଟିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟା ଗ୍ରାମର ୧୩ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାରଳାଖେମୁଣ୍ଡି-ବ୍ରହ୍ମପୁର-ମୋହନା ରାଜ୍ୟ ରାଜପଥ ରାସ୍ତାକୁ ଆଜି ଅବରୋଧ କରିଥିଲେ । ନିର୍ଦ୍ଧିଷ୍ଟ ଏକ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଚାଷୀ ମାନଙ୍କର ଧାନ କିଣିବା ପାଇଁ ମଣ୍ଡିରେ ଅନୁମତି ପ୍ରଦାନ କରାଯାଇଥିବା ଯୋଗୁଁ ୧୩ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଆନ୍ଦୋଳନ କରିଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଘଟଣା ସ୍ଥଳରେ ପହଞ୍ଚି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଏହି ରାସ୍ତା ଅବରୋଧ ଆଜି ସକକାଳ ୯ଘଣ୍ଟା ଠାରୁ ୧୧ଘଣ୍ଟା ପ ର୍ଯ୍ୟନ୍ତ ହେବା ଦ୍ୱାରା ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ହୋଇ ସାଧାରଣଙ୍କ ଜିବନ ଯାତ୍ରା ଠପ୍ ହେବା ସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏହି ରାସ୍ତା ଅବରୋଧର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଶାସନ ତରଫରୁ ନିର୍ଦ୍ଧିଷ୍ଟ ଏକ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଚାଷୀ ମାନଙ୍କର ଧାନ କିଣିବା ପାଇଁ ମଣ୍ଡିରେ ଅନୁମତି ପ୍ରଦାନ କରାଯାଇଥିବା ଯୋଗୁଁ ଅନ୍ୟ ୧୩ଗୋଟି ମହିଳା ଗୋଷ୍ଠୀମାନେ ଏହାର ପ୍ରତିବାଦ ଜଣାଇ ରାଜ୍ୟ ରାଜପଥ ଉପରେ ବସି ମହିଳାମାନେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ । ପରିଶେଷରେ ପାରଳାଖେମୁଣ୍ଡି ଅଚ୍ୟୁତାନନ୍ଦ ଜାନୀ ଓ ଗୁରାଣ୍ଡି ଥାନାଧିକାରୀ ରବୀନ୍ଦ୍ର ପାତ୍ର ମହିଳା ଗୋଷ୍ଠୀମାନଙ୍କ ସହ ଆଲୋଚନାୀ ପରେ ରାସ୍ତାରୋକ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ