ସମାଜ ସଂସ୍କାରକ କଳାକାର ସମାଜ ପ୍ରତି ସରକାରଙ୍କ ସ୍ଵତନ୍ତ୍ର ଦୃଷ୍ଟି ପଡୁ : ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :କଳା ଓ କଳାକାର ହୀତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ତରଫରୁ ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ମା’ ଉଖୁଡେଈ କଲ୍ୟାଣ ମଣ୍ଡପ ପରିସରରେ ଏକ କଳାକାର ସମାବେଶ ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ସହ ସମ୍ପ୍ରତି କଳାକାର ମାନେ ଦୀର୍ଘ ତିନି ବର୍ଷ ଧରି ବେରୋଜଗାରି ହେତୁ ସେମାନଙ୍କୁ ସରକାରୀ ସହାୟତା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବେଳଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ସରକାର କରନା କାରଣରୁ କଳାକାର ମାନେ ରୋଜଗାର ହରାଇ ପରିବାର ପ୍ରତିପୋଷଣ କରିବାରେ ଘୋର ସମସ୍ୟା ଦେଇ ଗତିକରୁଥିବାରୁ ସରକାର ସେମାନଙ୍କୁ ଆର୍ଥିକ ସହଯୋଗ କରିବାକୁ ଦାବି କରିଥିଲେ । ସେହିପରି ଭଞ୍ଜନଗର ର ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ କଳାକାର ଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥ ପ୍ରସାଦ ବ୍ଳକ୍ ଅଞ୍ଚଳର ବହୁ କଳାକାର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ପରିଶେଷରେ ଅନୁଷ୍ଠାନ ସଦସ୍ୟ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ