ନିଖୋଜ ଭାଇକୁ ଖୋଜିଦେବା ପାଇଁ ଗଣମାଧ୍ୟମରେ ଭାଉଣୀର ଆକୁଳ ନିବେଦନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୫ନମ୍ବର ଓ୍ବାର୍ଡ ପିଛିଲିଘାଟୀ ଗ୍ରାମରର ସୁନିଲ ବାଲ୍ମିକୀ(୪୦) ଗତ ୬ ତାରିଖରୁ କାହାକୁ ନ କହି ଘର ଛାଡି ପଳାଇଛନ୍ତି ଓ‌ ଘରକୁ ଫେରି ନ ଥିଲେ । ସେ ଧୋତି ଓ ନାଲି ଜାକେଟ ପିନ୍ଧି ଥିଲେ । ଏହାକୁ ନେଇ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବାମନଘାଟୀ ଉପଖଣ୍ଡ ଓ ଅନ୍ୟଚ୍ର ଖୋଜାଖୋଜି କରି ପରିବାର ଲୋକେ ନିରାଶ ହୋଇଛନ୍ତି । ଶେଷରେ ଗଣମାଧ୍ୟମ ଜରିଆରେ ନିଖୋଜ ସୁନିଲର ଭଉଣୀ କିରଣ ବାଲ୍ମିକୀ ତାଙ୍କ ଭାଇକୁ ଖୋଜୀଦେବାପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି ।ଯଦି କେହି ସହୃଦୟ ବ୍ୟକ୍ତି ନିଖୋଜ ସୁନିଲକୁ ଠାବ କରନ୍ତି ତାହାହେଲେ କିରଣଙ୍କ ମୋବାଇଲ କିମ୍ବା ନିକଟସ୍ଥ ଥାନାକୁ ଖବର‌ଦେବା ପାଇଁ ଆକୁଳ‌ ନିବେଦନ କରିଛନ୍ତି । କିରଣ ବାଲ୍ମିକିଙ୍କ ଫୋନ ନମ୍ବର ହେଉଛି 6371535183 I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ