ଧର୍ମପରାୟଣ ଶତାୟୁଙ୍କ ପରଲୋକ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ଅଂଚଳରେ ଜଣାଶୁଣା ପଣ୍ଡିତ ତଥା ଶାଳଜଙ୍ଗା ଗ୍ରାମପଂଚାୟତର ସାଧୁଚରଣ ମିଶ୍ରଙ୍କର ୧୦୨ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ମିଶ୍ର ଜଣେ ଧର୍ମପରାୟଣ ତଥା ପଣ୍ଡିତ ଭାବେ ଆଖପାଖ ଅଂଚଳରେ ବେଶ ପରିଚିତ ଥିଲେ । ସ୍ୱର୍ଗତ ମିଶ୍ର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ପଣ୍ଡିତ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କ ମରଶରୀର ନିକଟରେ ବଡ ଝିଅ, ସାନ ଝିଅ, ନାତି, ନାତୁଣୀ ସହିତ ଶାଳଜଙ୍ଗା ଯୁବକ ସଂଘର କର୍ମକର୍ତା ଏବଂ ଗ୍ରାମ ଅନ୍ୟ ଆତ୍ମୀୟ ସଜ୍ଜନମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ମିଶ୍ରଙ୍କ ନାତି ରବିନାରାୟଣ ଷଡଙ୍ଗୀ ମୁଖାଗ୍ନୀ ଦେଇଥିଲେ ।


