ସାନଖେମୁଣ୍ଡି ଶେଷ ଦିନରେ ୨୬୪ ପ୍ରାର୍ଥୀପତ୍ର ଦାଖଲ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ସାନଖେମୁଣ୍ଡି ବ୍ଲକ୍ ର ୨୬ ଟି ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟରେ ୨୬୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସାନଖେମୁଣ୍ଡି ବ୍ଲକ୍ ର ବହୁ ଛାମୁଆ ନେତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ୪୨ଜଣ ସରପଞ୍ଚ ଓ ୪୮ ଜଣ ସମିତିସଭ୍ୟ ଓ ୱାର୍ଡ଼ସଭ୍ୟ ପ୍ରାର୍ଥୀ ଭାବେ ୧୭୪ଜଣ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟ ରେ ଶେଷଦିନ ସୁଦ୍ଧା ସର୍ବମୋଟ ୮୮୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଭଳି ଜିଲ୍ଲା ପରିଷଦ ପାଇଁ ବିଜେଡ଼ି ୫୯ ଜୋନ୍ ରୁ ବିଜୟ ପ୍ରଧାନ ୬୦ ରୁ ମାମାନି ପାତ୍ର ୬୧ ରୁ ଅମିନ ପ୍ରଧାନ ୬୨ ରୁ ସୁଲତାରାଣୀ ସ୍ୱାଇଁ ୬୦ ନଂ ବିଜେପି ରୁ ସ୍ନେହଲତା ଦୋରା ୬୨ ରୁ କେ ସୁମିତ୍ରା ରେଡୀ ନାମାଙ୍କନ ଦାଖଲ କରିଛନ୍ତି ।