ବାବା ଖଗେଶ୍ୱର ଶିକ୍ଷକ କଲ୍ୟାଣ ସମିତିର ବାର୍ଷିକ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଛୟାଳସିଂସ୍ଥିତ ଖଗେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବାବା ଖଗେଶ୍ୱର ଶିକ୍ଷକ କଲ୍ୟାଣ ସମିତି ପକ୍ଷରୁ ୩ୟ ବାର୍ଷିକୀ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସମିତିର ସ୍ଥାୟୀ ସଭାପତି ଅନାମ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭାସ୍କର ଚନ୍ଦ୍ର ପାଢୀ, ମୁଖ୍ୟ ବକ୍ତା ଭାବେ ଅଜୟ କୁମାର ପୃଷ୍ଟି, ସମ୍ମାନୀତ ଅତିଥି ଭାବେ ଶଶୀଶେଖର କରଶର୍ମା, ମଧୁସୂଦନ ସାମଲ ଯୋଗ ଦେଇଥିଲେ । ଏହି ଅବସରରେ ଉକ୍ତ କ୍ଲଷ୍ଟରର ୭ ଜଣ ମେଧାବୀ ଛାତ୍ରଛାତ୍ରୀ ଓ ୨୦୨୧ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଖଗେଶ୍ୱର ଉଚ୍ଚ ବିଦ୍ୟାଳୟର ଅଭିଲିପ୍ସା ନାୟକ, ବିପି ଉଚ୍ଚ ବିଦ୍ୟାଳୟର ବାଦଲ କୁମାର ବେହେରାଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଚଢେଇ, ଆନ୍ତର୍ଜାତିକ ପୁରସ୍କାରପ୍ରାପ୍ତ ଡାକ୍ତର ନିରାକର ଜେନାଙ୍କୁ ମାନପତ୍ର ସହ ଉ ତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ, ଶିକ୍ଷକ କଲ୍ୟାଣ ସମିତିର ସଂପାଦକ ମାର୍କଣ୍ଡ ଚରଣ ନାୟକ ବିବରଣୀ ପାଠ, ସମିତିର ଉପଦେଷ୍ଟା ଖଗେଶ୍ୱର ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ, ଆନନ୍ଦ ଚନ୍ଦ୍ର ରାଉତ, ଜୟନ୍ତୀ ସାହୁ, ହୃଷିକେଶ ଦାସ, ଶକ୍ତିଧର ଜେନା, ସୁଦର୍ଶନ ଘଡେଇ, ଭଗବାନ ନାୟକ, ଶ୍ରୀକାନ୍ତ ପଣ୍ଡା, ବିଜୟ କୁମାର ପାକଳ, ବଳରାମ ଜେନା, ଟୁଟୁ କୁମାର ପାଳ, ଅନିରୁଦ୍ଧ ଜେନା, ଅନିମା ଦାସ, ସହଦେବ ବେହେରା, ରାଜେନ୍ଦ୍ର ପାତ୍ର, କିଶୋର ନାୟକ, ରତ୍ନାକର ବାଇ, ଶ୍ୟାମସୁନ୍ଦର ଗିରି ସହଯୋଗ କରିଥିଲେ ।