କର୍କଟ ରଗରେ ପୀଡିତ ଡିପ୍ଲୋମା ଇଞ୍ଜିନିଅର ଛାତ୍ର ଜିସାୟ ପାଇଁ ଅର୍ଥ ସାଜିଛି ବାଧକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କର୍କଟ ରଗରେ ପୀଡିତ ଗଜପତି ଜିଲ୍ଲାର ଡିପ୍ଲୋମା ଇଞ୍ଜିନିଅର ଛାତ୍ର ଜିସାୟ କନ୍ଧଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ. ଏହି ଜିଲ୍ଲା ମୋହନା ବ୍ଲକ ଅଧିନସ୍ଥ ଡେଙ୍ଗେଶ ଖାଲ ପଞ୍ଚାୟତ  ଅନ୍ତର୍ଗତ ଦୁର୍ଗା ପେଟା ଗ୍ରାମର କୁଡ଼କି କନ୍ଧଙ୍କ ପୁଅ ଜିସାୟ କନ୍ଧ ବୟସ 20ବର୍ଷ ସେ ଭୁବନେଶ୍ୱର ଡିପ୍ଲୋମା ଇଞ୍ଜିନିଅରଇଂ ପ୍ରଥମ ବର୍ଷର ଛାତ୍ର ବର୍ତମାନ ତାଙ୍କର ଡାହାଣ ଗୋଡ଼ ବହୁତ ଯନ୍ତ୍ରଣା ସକାଶେ ବିଭିନ୍ନ ଜାଗାକୁ ଯାଇ ଚିକିତ୍ସା କରାଇଲେ. ଶେଷରେ ଚେର ମୂଳି ଚିକିତ୍ସା ମଧ୍ୟ କଲେ. କିଛିବି ସୁଫଳ ମିଳିଲା ନାହିଁ ପରେ ଏମଆରଆଇ ସ୍କାନ କଲାପରେ ଜଣା ପଡିଲା ତାଙ୍କୁ କର୍କଟ ରୋଗ ଆକ୍ରାନ୍ତ ହୋଇଛି. ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ରହିଛି. ହେଲେ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି. ତାଙ୍କ ବାପା ଜଣେ ଦିନ ମଜୁରିଆ ଅଟନ୍ତି. ବାପା -ମା ବହୁ ପରିଶ୍ରମ କରି ପୁଅ ଜିସାୟକୁ ଡିପ୍ଲୋମା ଇଞ୍ଜିନିୟରିଂ ପାଠ ପଢ଼ାଉଥିଲେ. ଇଞ୍ଜିନିୟରିଂ ପାଠ ପଢ଼ି ଜିସାୟ ବାପା -ମାଙ୍କ ଦୁଃଖ ଦୂର କରିବ. ଏ ଥିଲା ଜିସାୟଙ୍କ ବାପା -ମାଙ୍କ ଆଶା. ତେବେ ଏହି ଆଶା ପରିବର୍ତ୍ତେ ବର୍ତ୍ତମାନ ଜିସାୟ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛି. ସରକାର ତଥା ବ୍ୟକ୍ତି ବିଶେଷମାନେ ଜିସାୟର ପ୍ରାଣ ରକ୍ଷା ଓ ଆବଶ୍ୟକ ଚିକିତ୍ସା ପାଇଁ ଅନୁଦାନ ଓ ଅର୍ଥର ବ୍ୟବସ୍ଥା କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ