ପୂର୍ବତନ ପଞ୍ଚାୟତ ସଭାପତିଙ୍କ ସମେତ ବହୁ କଂଗ୍ରେସ କର୍ମୀଙ୍କ ଦଳରୁ ଇସ୍ତଫା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ପୂର୍ବତନ କଂଗ୍ରେସ ସଭାପତି ପ୍ରଦୀପ ପଢିଆରୀଙ୍କ ସମେତ ୧୩ନଂ.ୱାର୍ଡର ବହୁ କଂଗ୍ରେସ କର୍ମୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି । ଉକ୍ତ ପଞ୍ଚାୟତରେ ଦଳର ସାଙ୍ଗଠନିକ କାର୍ଯ୍ୟ ମନମୁଖୀ ଭାବେ ଚାଲିବା ଏବଂ ବିଭିନ୍ନ ସମୟରେ ଦଳ ପକ୍ଷରୁ ସେମାନକୁ ଅଣଦେଖା କରାଯାଉଥିବା ଦର୍ଶାଇ ସେମାନେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ଏନେଇ ପୂର୍ବତନ ପଞ୍ଚାୟତ ସଭାପତି ପ୍ରଦୀପ ପଢିଆରୀ, ୱାର୍ଡ ସଭ୍ୟ ଅଜିତ୍ ପଢିଆରୀ, ଗୌରହରି ଖିଲାର, ପ୍ରଶାନ୍ତ ଲେଙ୍କା, ଶଶୀକାନ୍ତ ସାହୁଙ୍କ ସମେତ ଅନ୍ୟ ମାନେ ଜିଲା କଂଗ୍ରେସ ସଭାପତି, ପିସିସି ସଭାପତି, ବିଧାନ ସଭା ନେତାଙ୍କୁ ସୋମବାର ଲିଖିତ ଜଣାଇଥିବା ସୂଚନା ଦେଇଛନ୍ତି ।


