ଚକ୍ରୋଡା ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ସୁଭଦ୍ରା ରାଉତ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି । ସୁଭଦ୍ରାଙ୍କ ସ୍ୱାମୀ ବସନ୍ତ କୁମାର ରାଉତ ସେହି ପଞ୍ଚାୟତର ସରପଞ୍ଚ ଥିବା ସମୟରେ ପଞ୍ଚାୟତର ଅନ୍ତାଲୋ, ଚକ୍ରୋଡା, ନରିଲୋ, ତରାପୁର ପ୍ରଭୃତି ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଲୋକମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିଥିବା ବେଳେ କନ୍ତିଆ ଗ୍ରାମରେ ସେହି ପ୍ରକଳ୍ପ ହେବା ପାଇଁ ଟେଣ୍ଡରେ ପ୍ରକ୍ରୀୟାକୁ ଯାଇଛି । ଏହାବ୍ୟତିତ ତରାପୁର, ମାଗୁରାଗଣ୍ଡପାଟଣା, ନରିଲୋ ପ୍ରଭୃତି ଗ୍ରାମରେ ମଡେଲ ସ୍କୁଲ ନିର୍ମାଣ ସହ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ କରାଯାଇଛି । ପଞ୍ଚାୟତରେ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ସବୁ ଗ୍ରାମରେ କରାଯାଇଛି । ବହୁ ଦିନର ସମସ୍ୟା ଥିବା ବସପୁର- ଓରସକା ଆର.ଡି. ରାସ୍ତା ଓ କନ୍ତିଆ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଏତଦବ୍ୟତିତ ପଞ୍ଚାୟତରେ ପାର୍କ ଓ ପାଠାଗାର ସମେତ ବହୁ ଜନହିତକାର କାର୍ଯ୍ୟ କରାଯାଇଛି । ପଞ୍ଚାୟତରେ ହୋଇଥିବା ଏହିସବୁ ବିକାଶ କାର୍ଯ୍ୟକୁ ନେଇ ସୁଭଦ୍ରା ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ।


