ଗଡ଼ିଲା କୋଭିଡ ସଚେତନତା ରଥ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲାବାସୀଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି ପାଇଁ ସୋମବାରଠାରୁ କୋଭିଡ ସଚେତନତା ରଥ ପରିକ୍ରମା ଆରମ୍ଭ କରିଛି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ଗଡ଼ିବା ଶୁଭାରମ୍ଭ କରିଥିଲା । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ । ଜିଲା ପ୍ରଶାସନ, ଆକ୍ସନଏଡ ଓ ଜ୍ଞାନଶ୍ରୀ ସଂଗଠନର ମିଳିତ ସହଯୋଗରେ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜିଲାର ସବୁ ବ୍ଳକ ଏହିରଥ ପରିକ୍ରମା କରିବ । ବିଶେଷ କରି କରୋନା ପ୍ରତିହତ ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ ସାଙ୍ଗକୁ କିଶୋର ଟିକାକରଣ, ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରୋଧ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ ବୋଲି ଜିଲାପାଳ ଆଶା ପ୍ରକାଶ କରିଛନ୍ତି । ଏହି ରଥ ଉଦଘାଟନ ବେଳେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଦ୍ରୋପଦୀ ମାରାଣ୍ଡି, ଚାଇଡ ଲାଇନ କେନ୍ଦ୍ର ପରିଚାଳକ ପ୍ରଶାନ୍ତ କୁମାର ରାଓତ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ଆକ୍ସନଏଡର ଜିଲା ସଂଯୋଜିକା ଶକୁନ୍ତଳା ଦାଶ, ଜ୍ଞାନଶ୍ରୀ ମୁଖ୍ୟ ପ୍ରଶାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲିକ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ