କେନ୍ଦ୍ର ଆୟୁଷ ରାଜ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ଵର, (ଓ୍ବାଇଏନଏସ): ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଆୟୁଷ ରାଜ୍ୟମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବଙ୍କୁ ସୌଜନ୍ୟ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାର ଦୀର୍ଘଦିନର ବିଭିନ୍ନ ଆୟୁଷ ସମ୍ବନ୍ଧୀୟ ଦାବି ଉପସ୍ଥାପନ କରାଯାଇଛି। ଏହି ଅବସରରେ ରେମୁଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁରଠାରେ ପ୍ରସ୍ତାବିତ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ସ୍ଥାପନ ଦାବି ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଶୀଘ୍ର ଅନୁମୋଦନ ଓ କାର୍ଯ୍ୟାନ୍ୱୟନ ପାଇଁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ହସ୍ପିଟାଲ ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ଜମି ପୂର୍ବରୁ ଚିହ୍ନଟ କରାଯାଇସାରିଛି। ଏଥିସହିତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୁର୍ବେଦିକ ଓପିଡି ଆରମ୍ଭ, ବାଲେଶ୍ୱରରେ ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଯୋଗ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଧବ ଦାବିଗୁଡ଼ିକୁ ସହାନୁଭୂତିର ସହ ବିଚାର କରି ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ପ୍ରକାଶ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ