ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କୁ ଜିତାଇବା ପାଇଁ ନିଷ୍ପତ୍ତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ୬ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ନିର୍ମଳା ମହାନ୍ତିଙ୍କୁ ଆଗାମୀ ୨୨ତାରିଖ ପଞ୍ଚାୟତ ନିର୍ବାଚନରେ ଜିତାଇବା ପାଇଁ ଗୁଲନଗର ପଞ୍ଚାୟତ ବିଜେଡି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଉପଲକ୍ଷେ ପଞ୍ଚାୟତ ସଭାପତି ସୁଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଗୁଲନଗର ଠାରେ ଅନୁଷ୍ଠିତ ନିର୍ବାଚନୀ ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଯୋଗଦେଇ ଦଳୀୟ ପ୍ରାର୍ଥୀନୀ ଶ୍ରୀମତୀ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ବିଧାୟକ ଶ୍ରୀ ବେହେରା ବୈଠକରେ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାର୍ଥୀନୀ ନିର୍ମଳା ମହାନ୍ତି, କିଶୋର ମହାରଣା, ହରିହର ରଥ, ବୈକୁଣ୍ଠ ବାରିକ, ତ୍ରିଲୋଚନ ଦାସ, କଲ୍ୟାଣୀ ସେଠୀ, ମନୋରଞ୍ଜନ ସ୍ୱାଇଁ, ନିରଞ୍ଜନ ସାହୁ, କାହ୍ନୁ ଚରଣ ସାହୁ, ନିରଞ୍ଜନ ନାୟକ, ପ୍ରେମାନନ୍ଦ ନାୟକ, ହଳଧର ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ମହାନ୍ତିଙ୍କୁ ଜିତାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ