ସାମ୍ବାଦିକଙ୍କ ଉପରେ ଅକ୍ରମଣକୁ କଂଗ୍ରେସର ନିନ୍ଦା : କଂଗ୍ରେସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ତଥା ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ରାଜ୍ୟରେ ହେଉଥିବା ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଉପରେ ଅସାମାଜିକ ତତ୍ତ୍ୱମାନଙ୍କର ଆକ୍ରମଣ ତଥା ଶାରୀରିକ ବଳ ପ୍ରୟୋଗକୁ ଦୃଢ ଭାବେ ନିନ୍ଦା କରିବା ସହିତ ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି କହିଛନ୍ତି । ରାଜ୍ୟରେ ଏକ ପୋଲିସ୍ ପ୍ରଶାସନ ଥିବା ଭଳି ମନେ କରାଯାଉ ନାହିଁ ବୋଲି କଂଗ୍ରେସ ଦଳ ଅନୁଭବ କରୁଛି । ପୋଲିସ୍ ବାହିନୀର ସମ୍ମୁଖରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି । ପୋଲିସ୍ ଜାଣିଶୁଣି ଆଖି ବୁଜିଦେଉଛି । ଏହି ଅସାମାଜିକ ତତ୍ତ୍ୱମାନଙ୍କ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଡଃ ଜ୍ଞାନେନ୍ଦ୍ର ଅନୁରୋଧ କରିବା ସହ ପୋଲିସ୍ ପ୍ରଶାସନ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି ।


