ଗରଦପୁର ବ୍ଲକର ଦୁଇଟି ୱାର୍ଡରେ ସରପଞ୍ଚ ପଦ ପାଇଁ ପୁନଃ ନିର୍ବାଚନ ୨୫ରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମପଞ୍ଚାୟତର ୧୫ନମ୍ବର ୱାର୍ଡ ଓ ଗରଦପୁର ପଞ୍ଚାୟତର ୬ନମ୍ବର ୱାର୍ଡରେ କେବଳ ସରପଞ୍ଚ ପଦ ପାଇଁ ପୁନଃ ନିର୍ବାଚନ କରାଯିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ବାଲଟ ପେପରର ଭୁଲ ପ୍ରାକ ଭଙ୍ଗା ଯୋଗୁଁ ପୁନଃ ମତଦାନ ହେବ । ସେହିପରି ଗରଦପୁର ଗ୍ରାମ ପଞ୍ଚାୟତର ୬ ନମ୍ବର ୱାର୍ଡରେ ମଙ୍ଗଳବାର ମତଦାନ ଚାଲିଥିବା ବେଳେ ୧୫ ରୁ ୨୦ଜଣ ଅସାମାଜିକ ବ୍ୟକ୍ତି ଆଇନର ବିରୁଦ୍ଧାଚରଣ ସହ ଅନଧିକାର ଭାବେ ପ୍ରବେଶ କରି କାର୍ଯ୍ୟରତ କର୍ମଚାରୀମାନଙ୍କ ଠାରୁ ବାଲଟ ପେପର ନେଇ ସରପଞ୍ଚ ପଦ ପାଇଁ ଭୋଟ ପ୍ରଦାନ କରିଥିଲେ ଓ ତାକୁ ଭୋଟ ବାକ୍ସରେ ପକାଇଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ଆସନ୍ତା ୨୫ ତାରିଖ ସକାଳ ୯ଟା ଠାରୁ ଅପରାହ୍ନ ୩ଟା ମଧ୍ୟରେ କେବଳ ସରପଞ୍ଚ ପଦ ପାଇଁ ଉପରୋକ୍ତ ୨ଟି ୱାର୍ଡରେ ପୁନଃ ନିର୍ବାଚନ କରାଯିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ପୁନଃ ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ କରିବା ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅନୁରୋଧ କରିବା ସହ ଆଇନ ଉଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ