ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ମହାକାଳପଡା ବ୍ଲକର ବିଭିନ୍ନ ବୁଥ ପରିଦର୍ଶନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ. ଉଧବ ଚନ୍ଦ୍ର ମାଝି ଆସନ୍ତା ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ମହାକାଳପଡା ବ୍ଲକର ବିଭିନ୍ନ ବୁଥ ପରିଦର୍ଶନ କରିବା ସହିତ ମହାକାଳପଡା ବ୍ଲକର ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ବ୍ଲକ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ । ଏଥି ସହିତ ମହାକାଳପଡା ବ୍ଲକର ରାମନଗର ପଞ୍ଚାୟତ ଅଧିନ ରାମଚଣ୍ଡି ବିଜୟାନନ୍ଦ ହାଇସ୍କୁଲ ବୁଥ ପରିଦର୍ଶନ କରି ସେହି ବୁଥର ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ସହିତ ନିର୍ବାଚନ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ବ୍ୟତିତ ଆସନ୍ତା ୨୬ତାରିଖ ଠାଉରୁ ୨୮ ତାରିଖ ପର୍ଯ୍ୟନ୍ତ ମହାକାଳପଡା ବାୟାବାବା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ଗଣନା କେନ୍ଦ୍ରକୁ ମଧ୍ୟ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ମାଝି ପରିଦର୍ଶନ କରିଥିଲେ ।


