ସାରସ୍ୱତ ଶ୍ରଷ୍ଠା ମାନଙ୍କର ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ପାଠକର ମନପ୍ରାଣକୁ ସ୍ପର୍ଶ କରିଥାଏ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚଲାପଥ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ନଚନ ଉତ୍ସବରେ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକଙ୍କ ଦ୍ୱାରା ଲିଖିତ ମୁଖବନ୍ଧ ପୁସ୍ତକ ବହୁ ଚର୍ଚ୍ଚିତ ଖଣ୍ଡକାବ୍ୟ ‘ପଞ୍ଚସତୀ ଓ ଅନ୍ୟମାନେ’ ପୁସ୍ତକକୁ ଉନ୍ମଚନ କରି ଉତ୍ସବର ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ସାରସ୍ୱତ ସ୍ରଷ୍ଠାମାନଙ୍କର ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ପାଠକର ମନ ଓ ପ୍ରାଣକୁ ସ୍ପର୍ଶ କରିଥାଏ । ସାମ୍ପ୍ରତିକ ସମୟରେ ଲେଖକଙ୍କର ଏପରି ଖଣ୍ଡକାବ୍ୟ ଲେଖାଯିବାର ଆବଶ୍ୟକତା ରହିଛି । ପ୍ରତିଷ୍ଠିତ କବି ତଥା ବରିଷ୍ଠ ପ୍ରଶାସକ ରବିନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବାଙ୍ଗାଲୋରର ଚନ୍ଦ୍ରଯାନ ନିର୍ମାଣ କରିଥିବା ଓଡ଼ିଆ ବୈଜ୍ଞାନିକ ଡ. କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କୁ ଚଲାପଥ ତରଫରୁ ଏହି ଉତ୍ସବର ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ଗାଳ୍ପିକ ତଥା ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ବିଜୟ ନାୟକ କବି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ, ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର, ରମାଦେବୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ତଥା ଗବେଶିକା ଡ. ସଂଘମିତ୍ରା ଭଞ୍ଜ, ଡ. ଦେବାଶିଷ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସରଳ ଭାଷାର ଲେଖା ସର୍ବଦା ଲେଖକକୁ ପାଠକର ନିକଟତର କରିଥାଏ । ଚଲାପଥର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହଳଧର ଧୀର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୁସ୍ତକର ଲେଖିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ଉତ୍ସବର ସଫଳତା ଲାଗି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଉତ୍ସବରେ ପୁସ୍ତକର ପ୍ରକାଶକ ତଥା ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ସଭାପତି ବସନ୍ତ କୁମାର ମାଝି, ପ୍ରଫେସର ଡ. ଭି.ରାଜେନ୍ଦ୍ର ରାଜୁ, ସାହିତ୍ୟିକ ଦେବେନ୍ଦ୍ର ଦାସ, ରଜନୀକାନ୍ତ ପଣ୍ଡା, ସାରସ୍ୱତ ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସଲୀଳା ମହାନ୍ତି, ସରୋଜଲକ୍ଷ୍ମୀ ମହାନ୍ତି, ଡ. ଶକୁନ୍ତଳା ବଳିଆରସିଂ, ଡ. ହରପ୍ରସନ୍ନ ଦାସ, ରାଜ କୁମାର ସୁତାର, ନିହାର ଶତପଥି, ଲଳିତ ପଟ୍ଟନାୟକ, ସୁଚେତା ରାଉତ, ଶୁଭ୍ରା ନନ୍ଦ, ଦୁର୍ଗାଚରଣ ଷଡଙ୍ଗୀ, ସବିତା ବେହେରା, ସସ୍ମିତା ଜେନା, ବିମଳା ସିଂ, ବାସନ୍ତୀ ଦାସ, ମନୋରମା ମିଶ୍ର ପ୍ରମୁଖ ବହୁ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ