ଜିଲ୍ଲାଜଜ୍ ଙ୍କ ବେଲଗୁଣ୍ଠା ଗସ୍ତ : ଜେଏମ୍ଏଫସି କୋର୍ଟ୍ ପାଇଁ କ୍ଷେତ୍ର ପରିଦର୍ଶନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ଗଞ୍ଜାମ ଜିଲ୍ଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା ବେଲଗୁଣ୍ଠା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଜେଏମ୍ଏଫସି କୋର୍ଟ୍ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି I ଆଜି ମାନ୍ୟବର ଜିଲ୍ଳା ଜଜ୍ ଶ୍ରୀ ବେହେରା ସକାଳ 10 ଘଣ୍ଟା ସମୟରେ ବେଲଗୁଣ୍ଠାରେ ପହଞ୍ଚି ଜେଏମ୍ଏଫସି କୋର୍ଟ୍ ପ୍ରତିଷ୍ଠା ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ I ଏହାପରେ ଶ୍ରୀ ବେହେରା ଜେଏମ୍ଏଫସି କୋର୍ଟ୍ ସ୍ଥାପନ ପାଇଁ ପ୍ରସ୍ତାବିତ ବିଭିନ୍ନ ସ୍ଥାନ ତଥା ମହିଳା ଓ ପୂରୁଷ ହାଜତ ପାଇଁ ପୁରୁଣା ଥାନା, ଅସ୍ଥାୟୀ କୋର୍ଟ୍ କୋଠା ପାଇଁ ବାଙ୍କ ବଜାରରେ ଥିବା ଟାଉନ ହଲ୍, ଜେଏମ୍ଏଫସିଙ୍କ ବାସସ୍ଥାନ ପାଇଁ କୋଳି ସାହିରେ ଥିବା ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ଅଫିସ୍ କ୍ୱାର୍ଟର୍ ଏବଂ ସ୍ଥାୟୀ କୋର୍ଟ୍ କୋଠା ପାଇଁ ବେଲଗୁଣ୍ଠା ପ୍ରାଣୀଧନ ଚିକିତ୍ସାଳୟ ଆଗରେ ଥିବା ସରକାରୀ ଜାଗା, ତନରଡାରେ ଥିବା ଏକ ସରକାରୀ ଜାଗା, ଘୁମୁସର ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ପରିତ୍ୟକ୍ତ ପୁରୁଣା କୋଠା ପ୍ରମୁଖ ପରିଦର୍ଶନ କରିଥିଲେ I କୋର୍ଟ ପ୍ରତିଷ୍ଠା ନିମନ୍ତେ ଘୁମୁସର ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ପରିତ୍ୟକ୍ତ ପୁରୁଣା କୋଠା ସର୍ବୋତ୍କ୍ରୁଷ୍ଟ ହେବ ବୋଲି ଆଲୋଚନା ହେଉଥିବା ବେଳେ ଜିଲ୍ଳା ଜଜ୍ ଙ୍କ ନିଷ୍ପତି ହିଁ ଶେଷ ନିଷ୍ପତି ବୋଲି ଆଲୋଚନା ହେଉଛି I ଆଜି ଜିଲ୍ଳା ଜଜ ଶ୍ରୀ ବେହେରାଙ୍କ ଗସ୍ତ ସମୟରେ କୋର୍ଟ୍ ରେଜିଷ୍ଟ୍ରାର ଅମରେଶ ନାୟକ, କୋର୍ଟ୍ ମ୍ୟାନେଜର୍ ମମତା ପାଣିଗ୍ରାହୀ, ଜିଲ୍ଳା କୋର୍ଟ୍ ନାଜିର ଲିଙ୍ଗରାଜ ବେହେରା, ସ୍ଥାନୀୟ ତହସିଲଦାର ଧରଣୀଧର ବେହେରା, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର, ଆଇନଜୀବୀ ସନ୍ତୋଷ ପଣ୍ଡା, ବଳରାମ ପଣ୍ଡା, ସନ୍ତୋଷ କୁମାର ସୁବୁଦ୍ଧି, ଭଞ୍ଜନଗର ରୋଟାରୀ କ୍ଲବ୍ ସଭାପତି ଭି ଦେବୀ ପ୍ରସାଦ ପାତ୍ର, ରୋଟାରିଆନ ତଥା ପୂର୍ବତନ ନଗରପାଳ ପ୍ରଶାନ୍ତ କୁମାର ସାହୁ ଏବଂ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ