ଜୀବନ-ସଂଗ୍ରାମ ସାରସ୍ୱତ ଟ୍ରଷ୍ଟ’ର ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :-‘ଜୀବନ-ସଂଗ୍ରାମ ସାରସ୍ୱତ ଟ୍ରଷ୍ଟ’ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଇଂଜିନିୟର ଡ. ହୃଷୀକେଶ ସାହୁଙ୍କ ଜନ୍ମ ଦିବସ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହରର ଇନ୍ଦିରା ଗାନ୍ଧୀ ମାର୍ଗ ସ୍ଥିତ ଓଡ଼େଶା ଭବନରେ ଆୟୋଜିତ ହୋଇଥିଲା । ଡ. ସାହୁ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳୀପଦ ପଣ୍ଡା ପ୍ରାକ୍ କଥା ରଖିଥିଲେ । ଏହି ଅବସରରେ ଏକାଧିକ କବି ଓ ସାହିତ୍ୟିକଙ୍କ ରଚିତ ପୁସ୍ତକ ଉନ୍ମୋଚିତ ହୋଇଥିଲା ।‘ଜୀବନ-ସଂଗ୍ରାମ ସାରସ୍ୱତ ଟ୍ରଷ୍ଟ’ର ଟ୍ରଷ୍ଟି ଇଂ କୁମାର କାର୍ତ୍ତିକ ଏଥିରେ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଡକ୍ଟର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନେ ଇଂଜିନିୟର ଡ. ସାହୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ