ତିନି ଗୋଟି ବିଦ୍ୟାଳୟରେ ଲୋଗୋ ଉନ୍ମୋଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ,ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୁଗୁଡା ଗୋଲାସାହି ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଏଲିମେଣ୍ଟାରୀ ବିଭାଗ ବିଦ୍ୟାଳୟରେ ସମଗ୍ର ଶିକ୍ଷାର ଲୋଗୋ ଅଙ୍କନ କରି ଉନ୍ମୋଚନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶ କ୍ରମେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ଗୋଲିଆ ଗ୍ରାମର ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜଲକ୍ଷ୍ମୀ ଶତପଥୀ, ଏସଏମସି ସଭାପତି ସୁଶାନ୍ତ ଜେନା, ସହକାରୀ ଶିକ୍ଷକ ଏସ.ଭେଙ୍କେଟଶ୍ବର ଦୋରା, ଓ ସହକାରୀ ଶିକ୍ଷୟିତ୍ରୀ ଉଷାରାଣୀ ପାତ୍ର ଯୋଗ ଦେଇଥିଲେ। ତାଳସାକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିର୍ମାଳା ଜେନା, ସୁବାସ ଦାସ, ଶଶିକାନ୍ତ ପାତ୍ର, ସାଗର ମଲ୍ଲିକ, ସୁପ୍ରିୟା ସାମନ୍ତସିଂହାର, ଗନ୍ଧର୍ବ ରାୟ, ହିମାଂଶୁ ବିଶ୍ବାଳ ଓ ରତ୍ନମାଳା ପଣ୍ଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ। ସେହିପରି ବୁଗୁଡା ଗୋଲାସାହି ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବେହେରା,ସହକାରୀ ଶିକ୍ଷୟିତ୍ରୀ ସବିତା ପାତ୍ର, ଓ ମଂଜୁବାଳ ମିଶ୍ର ଯୋଗଦେଇଥିଲେ। ପ୍ରତ୍ୟେକ ବିଦ୍ୟାଳୟରେ ଅଭିଭାବକ ତଥା ଗ୍ରାମବାସୀ ବୃନ୍ଦଙ୍କୁ ସର୍ବଶିକ୍ଷା ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ