ଦୁଃଖଦ ଖବର : ଗାଡି ଚଢାଇ ମାରିଦେଲେ ଚିଲିକା ବିଧାୟକ

ଚିଲିକା, (ଯୁଗାବ୍ଦ ନ୍ୟୁଜ) :-ଚିଲିକାରୁ ଆସିଲା ଦୁଃଖଦ ଖବର।ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । କିଛି ଲୋକଙ୍କ ମାଡରେ ବିଧାୟକ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବିଧାୟକଙ୍କ ମୁଣ୍ଡ ଫାଟିଥିବା ବେଳେ ଗାଡି ଚଢାଇବାକୁ ଉଦ୍ୟମ କରିଥିବା କହିଥିବା ନେଇ ଅଭିଯୋଗ ହୋଇଛି । ୩ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇବା ପାଇଁ ବିଧାୟକ ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଣପୁର ମେଡିକାଲରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଅନ୍ୟ ଗୁରୁତରଙ୍କୁ ଭୁବେନଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଥିବା ବେଳେ ତାଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଛନ୍ତି ଲୋକେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ