ଚୀନ୍‌ରେ କରୋନା ବିସ୍ଫୋରଣ ୨ ଦିନରେ ଘରେ ବନ୍ଦୀ ହୋଇଗଲେ ୩ କୋଟି ଲୋକ

ବେଜିଂ,  (ୱାଇଏନ୍ଏସ୍) :ଚୀନ୍‌ରେ କରୋନା ଭାଇରସ ମହାମାରୀ ପୁଣି ପ୍ରସରି ଯାଇଛି। ଫଳରେ ଦକ୍ଷିଣ ଚୀନର ବୈଷୟିକ ହବ ଭାବେ ଜଣାଶୁଣା ଶେନଜେନରେ କଡ଼ାକଡ଼ି ଲକଡାଉନ ଜାରି ହୋଇଛି। ଫଳରେ ସହରରେ ବସବାସ କରୁଥିବା ପାଖାପାଖି ୧କୋଟି ୭୦ ଲକ୍ଷ ଲୋକେ ଘରେ କବାଟ କିଳି ରହିବାକୁ ବାଧ୍ୟ ହୋଇଛନ୍ତି। ସେପଟେ ଚୀନ୍‌ର ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି। ଫଳରେ ପ୍ରଦେଶର ୯୦ ଲକ୍ଷ ଲୋକେ ଗୃହବନ୍ଦୀ ହୋଇଥିଲେ । ତେବେ କୋଭିଡ-୧୯ କେବଳ ଏତିକି ଅଞ୍ଚଳରେ ସୀମିତ ନାହିଁ। ଶାଂଡୋଙ୍ଗ ପ୍ରାନ୍ତର ଚୁଚେଙ୍ଗ ମଧ୍ୟ ଏବେ ଲକଡାଉନରେ। ଫଳରେ ଏହି ୩ ସହରାଞ୍ଚଳରେ ବସବାସ କରୁଥିବା ପ୍ରାୟ ୨ କୋଟି ୬୫ ଲକ୍ଷ ଲୋକେ ପୁଣି ଗୃହବନ୍ଦୀ ହୋଇଛନ୍ତି। ଶେନଜେନରେ ଚୀନର ୨ ପ୍ରମୁଖ କମ୍ପାନୀ ହୁଆବେ ଓ ଟେନସେଣ୍ଟଙ୍କ ମୁଖ୍ୟାଳୟ ମଧ୍ୟ ରହିଛି। ଏହି ସହରଟି ହଙ୍ଗକଙ୍ଗ ସୀମାକୁ ଲାଗି ରହିଥିବା ବେଳେ ଏଠାରେ କରୋନା ପ୍ରଥମ ଲହର କାଳରୁ ବିପୁଳ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହୋଇଥିଲେ । ହଙ୍ଗକଙ୍ଗରେ ଏବେ କରୋନା ପରିସ୍ଥିତି ଜଟିଳ। ଏଠାରେ ନିୟମିତ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏ ପର୍ଯ୍ୟନ୍ତ ୨୭ ହଜାର ୬୪୭ ଜଣଙ୍କଠାରେ କରୋନା ଚିହ୍ନଟ ହୋଇଛି। ହଙ୍ଗକଙ୍ଗରେ ଆଉ ୮୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏଠାକାର ମୋଟ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୭୨୯ରେ ପହଞ୍ଚିଛି। ଗତ ଶନିବାର ଚିନରେ ଚିହ୍ନଟ ହୋଇଥିବା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତ ଦୁଇ ବର୍ଷରେ ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟଙ୍କ ସଂଖ୍ୟାକୁ ଟପି ଯାଇଛି। ଏଥିରେ ରାଜଧାନୀ ବେଜିଂରେ ୨୦ ଜଣଙ୍କୁ ସଂକ୍ରମିତ ଠାବ କରାଯାଇଛି । ଇତିମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂଘାଇରେ ସ୍କୁଲ ଓ ପାର୍କ ବନ୍ଦ କରାଯାଇଥିବା ବେଳେ ରାଜଧାନୀ ବେଜିଂର ଆବାସୀକ ଅଞ୍ଚଳକୁ ବାହାର ପ୍ରବେଶ ଉପରେ କଟକଣା ଜାରି ହୋଇଛି। ନୂଆ ମାମଲା ମିଳିବା ପରେ ବେଜିଂ ପ୍ରଶାସନ ଲୋକଙ୍କୁ ଘରୁ ବାହାରକୁ ନ ବାରିବାକୁ କୁହାଯାଇଛି। ସେହିପରି ଅତ୍ୟନ୍ତ ଜରୁରି ନଥିଲେ ଲୋକେ ସହର ମଧ୍ୟ ଛାଡନ୍ତୁ ନାହିଁ ବୋଲି ସତର୍କ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ