୧୧, ୧୨ ଓ ୧୪ ନଂ ୱାର୍ଡରେ ବିଧାୟକଙ୍କ କ୍ୟାମ୍ପେନ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ଅଧିସୂଚୀତ କ୍ଷେତ୍ର ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷା ଏବଂ ୧୧,୧୨ ଓ ୧୪ ନଂ ୱାର୍ଡ କାଉନସିଲର ମାନଙ୍କ ପାଇଁ ଘରକୁ ଘର ବୁଲି କ୍ୟାମ୍ପେନ କରୁଥିବା ଦେଖିବାକୁ ମିଳିଛି। ପୋଲସରା ଏନଏସି ଅଧ୍ୟକ୍ଷା ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଅଛି। ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀନୀ ସଙ୍ଗୀତ ବେହେରା ଏବଂ ୧୧ ନଂ ୱାର୍ଡର ପ୍ରାର୍ଥୀନୀ ସୁଲତା ସାହୁ, ୧୨ ନଂ ୱାର୍ଡର ପ୍ରାର୍ଥୀନୀ ସୁକାନ୍ତି ସାହୁ, ଓ ୧୪ ନଂ ୱାର୍ଡର ପ୍ରାର୍ଥୀନୀ ରିତା ସେଠୀ ଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ସହ ପ୍ରଗତି ରଥକୁ ଆଗେଇ ନେବାକୁ ବିଧାୟକ ଶ୍ରୀ ସାହୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏଥିସହ ୧୧, ୧୨ ଓ ୧୩ ନଂ ୱାର୍ଡ ରେ ବିଧାୟକ ଶ୍ରୀ ସାହୁ ଦଳୀୟ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ବିଧାୟକଙ୍କ ସହ ପୋଲସରା ନଗର ସଭାପତି ରଞ୍ଜିତ ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ପ୍ରଚାର କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ