ଗଜପତିର ଦୁଇ ଗୋଟି ସହରାଞ୍ଚଳରେ ବିଜେଡିର ବାଜିମାତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଦୁଇ ଗୋଟି ସହରାଞ୍ଚଳରେ ବିଜେଡି ବାଜିମାରି ନେଇଛି । ଆଜି ପାରଳାଖେମୁଣ୍ଡି ପୌରପରିଷଦ ଏବଂ କାଶୀନଗର ଏନ୍‌ଏସିରେ ଶାନ୍ତି ଶୃଙ୍ଖଳାର ସହ ମତ ଗଣନା ହୋଇଥିଲା । ଏଥିରେ ବିଜେଡି ଦୁଇ ଗୋଟି ଅଧ୍ୟକ୍ଷା ପଦବୀ ହାତୋଇବା ସହ ୱାର୍ଡ କାଉନସିଲର ମଧ୍ୟ ବିଜେଡି ପୋଛି ନେଇଛି । ପାରଳାଖେମୁଣ୍ଡି ପୌରପରିଷଦରେ ବିଜେଡିର ନିର୍ମଳା ସେଠୀ ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦୀ ବିଜେପିର ଏମ୍‌.ରାଜେଶ୍ୱରୀଙ୍କୁ ୬ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟଲାଭ କରିଛନ୍ତି । ଶ୍ରୀମତୀ ସେଠୀ ୧୩ହାଜାର ୩୮୦ ଭୋଟ ପାଇଥିବା ବେଳେ ବିଜେପିର ଏମ.ରାଜେଶ୍ୱରୀ ୭୩୮୦ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସର ଖଗେଶ୍ୱରୀ ବେହେରା ୧ହଜାର ସଂଖ୍ୟା ମଧ୍ୟ ଛୁଇଁ ପାରିନାହାନ୍ତି । ତାଙ୍କୁ ୭୭୨ ଭୋଟ ମିଳିଥିବା ବେଳେ ନୋଟାକୁ ୩୩୦ ଭୋଟ ପଡିଥିବାର ସୂଚନା ପ୍ରଦାନ କରାଯାଇଛି । ତେବେ ଶ୍ରୀମତୀ ସେଠୀଙ୍କ ଏପରି ବିଜୟ ପାରଳା ମ୍ୟୁନିସିପାଲିଟିରେ ରେକଡ ସଂଖ୍ୟକ ବିଜୟ ବୋଲି କୁହାଯାଉଛି । ସେହିପରି ସମସ୍ତ ୧୬ଗୋଟି ଓା୍ୱର୍ଡ ମଧ୍ୟରୁ ୧୩ଗୋଟିରେ ବିଜେଡି ବାଜି ମାରିନେଇଛି । ୨ଗୋଟିରେ ବିଜେପି ବିଜୟ ଲାଭ କରି ସନ୍ତୁଷ୍ଟ ହୋଇଛି । ୧୬ଗୋଟି ୱାର୍ଡ ମଧ୍ୟରୁ ୧୦ନମ୍ବର ୱାର୍ଡ ବ୍ୟତୀତ ଅନ୍ୟ ୧୫ଗୋଟି ୱାର୍ଡର ବିଜୟଲାଭ କରିଥିବା କାଉନସିଲର ମାନେ ହେଲେ ଯଥା, ୧ନମ୍ବରରେ ବିଜେଡିର ପି. ଆମ୍ମାଲୁଆମ୍ମା, ୨ନମ୍ବରରେ ବିଜେଡିର କେ.ଝାନ୍ସୀ, ୩ନମ୍ବରରେ ବିଜେପିର ବିଭୂତିଭୂଷଣ ବେହେରା, ୪ନମ୍ବରରେ ବିଜେପିର ବାଳକୃଷ୍ଣ ପାତ୍ର, ୫ନମ୍ବରରେ ବିଜେଡିର ନାଗବଂଶ ନିଳାଦ୍ରୀ, ୬ନମ୍ବରରେ ବିଜେଡିର ଜି.ଭେଙ୍କଟରାବଣା, ୭ନମ୍ବରରେ ବିଜେଡିର ଧରିତ୍ରୀ ଶବର, ୮ନମ୍ବରରେ ବିଜେର କେ.ରୋହିଣୀ, ୯ନମ୍ବରରେ ବିଜେଡିର ଇ.ନାରାୟଣ ରାଓ ବେହେରା, ୧୧ନମ୍ବରରେ ବିଜେଡିର ପ୍ରସନ୍ନ ପାତ୍ର, ୧୨ନମ୍ବରରେ ବିଜେଡିର ପି.ଉମାଶଙ୍କର, ୧୩ନମ୍ବରରେ ବିଜେଡିର ଲେଙ୍କା ମଧୂ, ୧୪ନମ୍ବରରେ ବିଜେଡିର ଜ୍ୟୋତିର୍ମୟୀ ଦାଶ, ୧୫ନମ୍ବରରେ ବିଜେଡିର ସୁଜିତ ତ୍ରିପାଠୀ ଏବଂ ୧୬ ନମ୍ବରରେ ବିଜେଡିର ଭି.ରାମାରାଓ ନିର୍ବାଚିତ ହୋଇଛନ୍ତି । ୧୦ ନମ୍ବର ୱାର୍ଡରେ ବିଜେଡିର ସକୁନ୍ତଳା ବେହେରା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି କାଶୀନଗର ଏନ୍‌ଏସିରେ ଅଧ୍ୟକ୍ଷା ଭାବେ ବିଜେଡିର ଏମ୍‌.ସୁଧାରାଣୀ ବିଜୟଲାଭ କରିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର କେ.ଦିବ୍ୟାଙ୍କ ଠାରୁ ୯୮୪ ଭୋଟ ଅଧିକାପାଇ ବିଜୟ ଲାଭ କରିଛନ୍ତି । ସେହିପରି ୧୩ଗୋଟି ୱାର୍ଡର ୯ଗୋଟି କାଉନସିଲର ପ୍ରାର୍ଥୀ ପାଇଁ ନିର୍ବାଚନ ହୋଇଥିଲା । ଅବଶିଷ୍ଟ ୪ଗୋଟି ୱାର୍ଡରେ ବିଜେଡିର ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ବିଜୟ ହାସଲ କରିଛନ୍ତି । ୯ଗୋଟି ୱାର୍ଡର ବିଜୟ ଲାଭ କରିଥିବା ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ହେଲେ ଯଥା, ୧ନମ୍ବରରେ ବିଜେଡିର ସିର୍ଲା ଝାନ୍ସୀ, ୨ନମ୍ବରରେ ସିର୍ଲା ଉର୍ବଶୀ, ୩ନମ୍ବରରେ ବିଜେପିର ଭି.ଚଲପତି ରାଓ, ୫ନମ୍ବର ୱାର୍ଡରେ କଂଗ୍ରେସର କେ.ରାଜେଶ, ୬ନମ୍ବରରେ ବିଜେଡିର ଜୟଶୋଧା ନାୟକ, ୭ନମ୍ବରରେ ବିଜେଡିର ଲୋପିଣ୍ଟି ରାଜୁମ୍ମା, ୮ ନମ୍ବରରେ ବିଜେଡିର କଳିଙ୍ଗପାଟଣମ ଜୀବରତ୍ମମ, ୧୧ନମ୍ବରରେ ରଘୁରାମ ସାହୁ ଏବଂ ୧୩ ନମ୍ବରରେ ବିଜେଡିର ଲକ୍ଷ୍ମୀ ଗଙ୍ଗା ବିଜୟ ଲାଭ କରିଥିବାର ସୂଚନା ପ୍ରଦାନ କରାଯାଇଛି । ଦୁଇଗୋଟି ସହରରେ ବିଜେଡିର ଅଭୂତପୂର୍ବ ସଫଳତା ହାସଲ କରିଥିବାକୁ ନେଇ ବ୍ରହ୍ମପୁର ସାଂସଦଚନ୍ଦ୍ର ଶେଶର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ଅନ୍ତର୍ଯ୍ୟାମୀ ଗମାଙ୍ଗ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି, ଡ.ତିରୁପତି ପାଣିଗ୍ରାହୀ, ଇଂ.ରୂପେଶ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ ପ୍ରମୁଖ ଜିଲ୍ଲାର ୨ଗୋଟି ସହରାଞ୍ଚଳ ର ନବନିର୍ବାଚିତ ଅଧ୍ୟକ୍ଷା ଓ କାଉନସିଲରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଏହି ନବନର୍ବାଚିତ ଅଧ୍ୟକ୍ଷା ଓ କାଉନସିଲର ମାନେ ଦଳୀୟ ନେତୃବୃନ୍ଦ ସମେତ ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ନିର୍ବାଚନ ଫଳ ବାହାରିବାପରେ ବିଭିନ୍ନ ଦଳର ବିଜୟୀ ପ୍ରାର୍ଥୀପ୍ରାର୍ଥୀନୀ ମାନେ ଉଭୟ ସହରରେ ପୃଥକ ପୃଥକ ଭାବେ ନଗର ପରିକ୍ରମା କରିବାସହ ବାଜା, ଡିଜେ, ଆତସବାଜି ଫୁଟାଇ ନଗରବାସୀଙ୍କୁ କୃତଜ୍ଞତା ଜଣାଇଥିବାର ଦେଖିବାକୁ ମିଳିଥିଲା । ବିଶେଷ କରି ବିଜେଡି ଶିବିରରେ ବିଜୟ ଉତ୍ସବ ଜାରି ରହିଥିବାର ଜଣାପଡିଛି । ସଦ୍ୟସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ସମସ୍ତ ପଦପଦବୀ ଅକ୍ତିଆର କରିସାରିଥିବା ବେଳେ ବର୍ତ୍ତମାନ ସହରାଞ୍ଚଳ ନିର୍ବାଚନରେ ମଧ୍ୟ ଜିଲ୍ଲାରେ ବାଜିମାରି ନେଇଥିବାରୁ ଏହି ବିଜୟ ଉତ୍ସବ ଆହୁରି ହର୍ଷଉଲ୍ଲାସରେ ପାଳିନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ