ଯଶସ୍ୱୀ ଲେଖକ ଶରତ ଚନ୍ଦ୍ରଙ୍କ ରଚିତ ଦେଶ ବିଭାଜନ ଉପନ୍ୟାସ ଲୋକାର୍ପିତ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ମସିହାଦେଶ ବିଭାଜନର କରାଳ ବିଭିଷିକାଭିତରେ ଦେଶ ବାହାରେ ରହିଯାଇଥିବା ଓଡିଆ ପରିବାରର ଦୁଃଖ ଓ ସୁଖରଜୀବନ୍ତ କାହାଣୀକୁ ନେଇ ପୁର୍ବତନ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ, ବରିଷ୍ଠ ପ୍ରଶାସକ ତଥା ସେତେବେଳର ବାଂଲାଦେଶ ରାଜଧାନୀ ଢାକାଠାରେ ଥିବା ଭାରତୀୟ ଦୁତାବାସର କାଉନ୍ସିଲର ପଦବୀରେ ଅଧିଷ୍ଠିତ ଥିବା ଯଶସ୍ୱୀ ଲେଖକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ରତାଙ୍କ ବାଂଲାଦେଶର ସିଲେଟ ଜିଲ୍ଲାଗସ୍ତ ସମୟର କାହାଣୀକୁନେଇ ରଚିତ ଉପନ୍ୟାସ “ପ୍ରବାସୀ” ଲୋକାର୍ପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଲୋକସେବକ ମଣ୍ଡଳ ଓଡିଶାଶାଖାର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ରଥଙ୍କ ସଭାପତିତ୍ୱରେ ଭୁବନେଶ୍ୱର ୟୂନିଟ୍-୮ ସ୍ଥିତଡି. ଏ. ଭି. ସ୍କୁଲ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଣ୍ଟ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶାରଳା ସାହିତ୍ୟ ସଂସଦର ସଭାପତି ତଥା ପ୍ରତିଷ୍ଠାତା ଇଂ. ପ୍ରଭାକର ସ୍ୱାଇଁ, ବିଶିଷ୍ଟ କଥାକାର ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ତଥା ପୁସ୍ତକର ପ୍ରକାଶକ ସୁଧନ୍ୟା ପ୍ରକାଶନର ପରିଚାଳକ ଶ୍ରୀଯୁକ୍ତ ଲଳିତମୋହନ ପଟ୍ଟନାୟକ ସମ୍ମାନିତ ଅତିଥିରୁପେ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରି ଏହାଉପରେ ସମୀକ୍ଷା କରିଥିଲେ । ଏହି ଅବସରରେ ବରିଷ୍ଠ ସାହିତ୍ୟିକ ଶ୍ରୀଶାନ୍ତନୁ କୁମାର ଆଚାର୍ଯ୍ୟ ଓ ନବକିଶୋର ମିଶ୍ରଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେଡି.ଏ. ଭି. ଅନୁଷ୍ଠାନ ସମୁହର ଆଂଚଳିକ ନିର୍ଦ୍ଦେଶକଡଃ. କେଶବ ଚନ୍ଦ୍ରଶତପଥୀ, ସହ-ନିର୍ଦ୍ଦେଶକଡଃ.ସୁଜାତା, ବରିଷ୍ଠ ପ୍ରଶାସକଶ୍ରୀ ମଦନ ମୋହନ ପଣ୍ଡା, ଶ୍ରୀ ନିହାର ରଞ୍ଜନ ହୋତା, ଅମରେନ୍ଦ୍ର ନାଥ ମିଶ୍ର, ଅରୁଣ କୁମାର ରଥ, ଦେବୀ ପ୍ରଶନ୍ନ ପଟ୍ଟନାୟକ ଓ ବିଶିଷ୍ଠ ସାହିତ୍ୟିକା ମାନସୀ ଦାସ, ଲେଖକଙ୍କ ଧର୍ମପତ୍ନୀ ତଥା ଗୁରୁମା ଶ୍ରୀମତୀପ୍ ରତିଭା ମିଶ୍ରଓ ବିଭିନ୍ନ ଡି.ଏ. ଭି. ଅନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟକ୍ଷା, ବରିଷ୍ଠ ଲେଖକ, କଥାକାର ଏବଂ ସ୍ତମ୍ଭକାର ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଏଥିପୁର୍ବରୁ, ଶ୍ରୀଯୁକ୍ତ ମିଶ୍ର ଓଡିଆ ଏବଂ ଇଂରାଜୀଭାଷାରେ ଅନେକ ଉପନ୍ୟାସ, ଆତ୍ମଜୀବନୀ, ଭ୍ରମଣକାହାଣୀ, ପୁସ୍ତକ ସମୀକ୍ଷା ତଥା ଗଳ୍ପ ପ୍ରମୁଖ ରଚନା କରିଛନ୍ତି । ଏଥିମଧ୍ୟରୁ, ସ୍ୱପ୍ନର ଆମେରିକା, ସୁନାର ବାଂଲା, କଳାହାଣ୍ଡି ଓ ଇନ୍ଦ୍ରଦେବତା, ମାନ ଅଭିମାନ, ମୃଗତୃଷ୍ଣାର ଛାଇ ପ୍ରମୁଖ ଅନ୍ୟତମ । ସାଧାରଣ ଲୋକଙ୍କ ଭାଷା ଓ ପରିଭାଷାକୁ ନେଇରଚିତ ପୁସ୍ତକବେଶ୍ ଆଦୃତ ହେବ ବୋଲି ଉପସ୍ଥିତ ବୁଦ୍ଧିଜୀବି ମତବ୍ୟକ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଡି.ଏନ୍. ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ।