ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି  । ଏହି ପ୍ରତିଯୋଗିତାରେ ଛତ୍ରପୁରର ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ  । ଓଡ଼ିଆ ବକୃତା ପ୍ରତିଯୋଗୀତାରେ ବିଚାରକ ମଣ୍ଡଳୀ ଭାବରେ ଜିତେନ୍ ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁରଚିତା ପଟ୍ଟନାୟକ, ସହକାରୀ ପ୍ରଫେସର, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏବଂ ଲକ୍ଷ୍ମଣ ପଣ୍ଡା, ଅବସରପ୍ରାପ୍ତ ସି.ଆଇ୍. ଅଫ୍. ସ୍କୁଲ୍ସ,,  ଓ ଓଡ଼ିଆ ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗୀତାର ବିଶ୍ବନାଥ ପଲେଇ, ବଟକୃଷ୍ଣ ତ୍ରିପାଠୀ,  ଛତ୍ରପୁର ଏବଂ ପ୍ରଫୁଲ୍ଲ ମହାପାତ୍ର ବିଚାରକ ଭାବରେ ଯୋଗଦେଇଥିଲେ | ଉଚ୍ଚ ବିଦ୍ୟାଳୟ ନିମନ୍ତେ ବିଷୟ ବସ୍ତୁ ଥିଲା “ଆମ ଭାଷା ଆମ ଅସ୍ମିତା” , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ସ୍ତରରେ ବିଷୟ ବସ୍ତୁ ” ଭାଷା ଆନ୍ଦୋଳନରେ ଅବିଭକ୍ତ ଗଞ୍ଜାମର ଅବଦାନ” ଓ ମହାବିଦ୍ୟାଳୟ ସ୍ତରୀୟ +୩ ସ୍ତରରେ ବିଷୟ ବସ୍ତୁ ” ସ୍ୱତନ୍ତ୍ର ଉତ୍କଳ ଗଠନ ଓ ଭାଷା ଆନ୍ଦୋଳନ” ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି |  ଉଚ୍ଚ ବିଦ୍ୟାଳୟ ଓଡ଼ିଆ ବକୃତା ପ୍ରତିଯୋଗୀତା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭବାନୀ ମହାରଣା ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଛତ୍ରପୁର ଦ୍ଵିତୀୟ ବଦ୍ରୀନାଥ ମିଶ୍ର, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଓ ତୃତୀୟ ବିଜୟଲକ୍ଷ୍ମୀ ମହାରଣା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ସେହିପରି ଉଚ୍ଚ ମାଧ୍ୟମିକ +୨ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶୁଭଶ୍ରୀ ଶତପଥୀ, ପଣ୍ଡିତ ନୀଳକଣ୍ଠ ଙତ୍କଳ ଏକାଡେମୀ କଲେଜ, ଦ୍ଵିତୀୟ ମଧୁସ୍ମିତା ପ୍ରଧାନ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଓ ତୃତୀୟ ଅଜିତ୍ କୁମାର ମହାରଣା, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଏବଂ ମହାବିଦ୍ୟାଳୟ +୩ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପୂଜା ସାହୁ, ସରକାରୀ ବୀଜ୍ଞାନ ମହାବିଦ୍ୟାଳୟ , ଦ୍ଵିତୀୟ କିରନ୍ ମହାରଣା, ସରକାରୀ ବୀଜ୍ଞାନ ମହାବିଦ୍ୟାଳୟ ଓ ତୃତୀୟ କିରଣ ପ୍ରଧାନ, ମହିଳା ଡିଗ୍ରୀ ମହାବିଦ୍ୟାଳୟ ପ୍ରମୁଖ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଛନ୍ତି | ସେହିପରି ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ  ଲକ୍ଷ୍ମୀପ୍ରିୟା ପଲେଇ, କାରମେଲ୍ ସିନିୟର ସେକେଣ୍ଡାରୀ ସ୍କୁଲ ଓ ବି. ରେଶ୍ମା ରେଡ୍ଡୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ଦ୍ୱିତୀୟ ବର୍ଷାରାଣୀ ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଓ ତୃତୀୟ  ଝାନସୀରାଣୀ ବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରଥମ ଯଶୋବନ୍ତ ଗୌଡ,ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ,ଦ୍ୱିତୀୟ ସ୍ମୃତିରାଣୀ ପଟ୍ଟନାୟକ, କାରମେଲ୍ ସିନିୟର ସେକେଣ୍ଡାରୀ ସ୍କୁଲ ଓ ତୃତୀୟ ଆୟୁଷ ଆଚାର୍ଯ୍ୟ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଛନ୍ତି  l ଉଚ୍ଚ ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ତା. ୨୯.୦୩.୨୦୨୨ରିଖ ଅପରାହ୍ନ ୩.୦୦ଘ. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ  । ଜିଲ୍ଲା ସ୍ତରରେ ଓଡ଼ିଆ ବକୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ l ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ରବି ନାରାୟଣ ବେହେରା ଙ୍କ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି | ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅପ୍ରେଲ ୧ ତାରିଖ ଦିନ ସକାଳ ୧୦ ଘ. ସମୟରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ପୁରସ୍କୃତ କରାଯିବ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ