ଦ୍ୱାୟୀତ୍ୱ ନେଲେ ଏନସି ଅଧକ୍ଷ୍ୟ ଗୋବିନ୍ଦ ଓ ବ୍ଲକ ଅଧକ୍ଷ୍ୟା ମିଶାବତୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :ବାଲିଗୁଡାର ଏନଏସି ଓ ବ୍ଲକ ଅଧକ୍ଷଙ୍କ ସମେତ ବ୍ଲକ ଉପାଦକ୍ଷ ଦ୍ୱାୟୀତ୍ୱ ନେଇ ନିଜନିଜର ଆସନରେ ବସିଛନ୍ତି । ପ୍ରଥମେ ଏନଏସି କାର୍ଯ୍ୟାଳୟକୁ ଯାଇଥିଲେ । ଏହି କାର୍ଯ୍ୟାଳୟରେ ନବ ନିର୍ବାଚିତ ହୋଇଥିବା ଏନଏସିର ଅଧକ୍ଷ ଗୋବିନ୍ଦ ପ୍ରଧାନ ଅଧକ୍ଷ ଦ୍ୱାୟୀତ୍ୱ ନେବା ସହ ଅଧକ୍ଷ ଆସନରେ ବସିଥିଲେ । ଏଥି ସହ ବିଜେଡି ଦଳର କାଉଁସିଲର ମଧ୍ୟ ଏନଏସି କାର୍ଯ୍ୟାଳୟକୁ ଯାଇ ଏହି ଉତ୍ସବରେ ଯୋଗ ଦେଇଥିଲେ । ସାଂସଦ ପ୍ରତିନିଧି ତଥା ପୁର୍ବତନ ଏନଏସିର ଅଧକ୍ଷ ଲୋକନାଥ ପାଢୀ,ବହୁ ବିଜେଡି କର୍ମିମାନେ ଉପସ୍ଥିତ ରହିଥିଲେ । ଏହାପରେ ସମସ୍ତ ବିଜେଡି କର୍ମି ବ୍ଲକ ଅଭିମୁଖେ ବାହାରିଥିଲେ । ବ୍ଲକରେ ତ୍ରୀସ୍ତରୀୟ ପଂଚାୟତନିର୍ବାଚନରେ ନିର୍ବାଚିତ ହୋଇଥିବା ଅଧକ୍ଷା ମିଶାବତୀ ମଳିକ ବ୍ଲକର ଅଧକ୍ଷା ଦ୍ୱାୟୀତ୍ୱ ନେବା ସହ ଅଧକ୍ଷା ଆସନରେ ବସିଛନ୍ତି । ସେହିଭଳି ବ୍ଲକ ଉପାଦକ୍ଷା ନିଶାବତୀ ଦିଗାଳ ମଧ୍ୟ ଉପାଦକ୍ଷ ଆସନରେ ବସିଛନ୍ତି । ଏଥିରେ ବିଡିଓ ଡ ଜଗଦୀଶ ଷଢଙ୍ଗି ଉପସ୍ଥିତ ଥିଲେ । ।ସରପଂଚ ଓ ସମିତିସଭ୍ୟ ସମେତ ଅନେକ କର୍ମିମାନେ ଉପସ୍ଥିତ ଥିଲେ ।


