ଏନର୍ଜି କ୍ଲବ ପକ୍ଷରୁ ସଚେତନତା ଓ ପୁରସ୍କାର ବଣ୍ଟନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ରିଜିଓନାଲ ହାଇ ସ୍କୁଲ ର ଏନର୍ଜି ବ୍ଲକ ପକ୍ଷରୁ ମାର୍ଚ୍ଚ ୩୦ ତାରିଖ ଦିନ ସଚେତନତା ରାଲେ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନୁଷ୍ଠିତ ସଭାରେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, ରଙ୍କନିଧି ସେଠୀ ଓ ପ୍ରଣବ ମହାନ୍ତି ଏବଂ ସହକାରୀ ଶିକ୍ଷୟିତ୍ରୀ ଶୁଭଶ୍ରୀ ପ୍ରଧାନ ଓ ସୁପ୍ରଭା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏନର୍ଜି କ୍ଲବ ଉପଦେଷ୍ଟା ତଥା ସହକାରୀ ଶିକ୍ଷକ ବାମଦେବ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅତିଥି ବୃନ୍ଦ ଶକ୍ତି କ୍ଷେତ୍ରରେ ଅପଚୟ ରୋକିବା ପାଇଁ ଓ ବିକଳ୍ପ ପନ୍ଥା ଅବଲମ୍ବନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ଘରେ ଓ ପାଖ ଘରର ବ୍ୟକ୍ତି ମାନଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଶକ୍ତି ସଂରକ୍ଷଣ ବିଷୟକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା। ପ୍ରତ୍ୟେକ ବିଭାଗରେ ତିନୋଟି ଲେଖାଏଁ ପୁରସ୍କାର ବିତରଣ କରଯାଇଥିଲା। ବକୃତାରେ ଜିତୁ ସାହୁ, ପ୍ରବନ୍ଧରେ ଆଙ୍କକ୍ଷା ପ୍ରିୟଦର୍ଶନୀ ଆଚାର୍ଯ୍ୟ, ଚିତ୍ରାଙ୍କନରେ ଜିତୁ ଗୌଡ଼ ଓ ସଙ୍ଗୀତରେ କାହ୍ନା ଚନ୍ଦ୍ର ଗୌଡ଼ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ବୃନ୍ଦ ଏକ ରାଲେ ବାହାର କରି ଜନସାଧାରଣଙ୍କୁ ଶକ୍ତି ସଂରକ୍ଷଣ ପାଇଁ ସଚେତନତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ