ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀଙ୍କ ଦାୟିତ୍ୱ ଗ୍ରହଣ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ ମାର୍ଚ୍ଚ ୩୦ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି।ବୁଗୁଡା ବ୍ଲକର ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ବିଜେଡି ସୁପ୍ରିମୋ ମହିଳାମାନଙ୍କ ପ୍ରତି ଗୁରୁତ୍ୱ ପ୍ରଦାନ କରି ବାଲିପଦର ସମିତି ସଭ୍ୟା କେ.ପ୍ରିୟଦର୍ଶନୀ ଆଚାରୀ ଙ୍କୁ ଅଧ୍ୟକ୍ଷା ଭାବେ ମନୋନୀତ କରିଥିଲେ। ବହୁ ଭୋଟ ବ୍ୟବଧାନରେ ଅଧ୍ୟକ୍ଷା ଭାବେ ବିଜୟୀ ହେବାପରେ ବୁଧବାର ଦିନ ଅଧ୍ୟକ୍ଷା ନିଜର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଅଧ୍ୟକ୍ଷାଙ୍କ ଆସନ ନିକଟ କାନ୍ଥରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଫୋଟୋ ଲାଗିଥିବା ଦେଖିବାକୁ ମିଳିଥିଲା। ଅଧ୍ୟକ୍ଷା ଶ୍ରୀମତୀ ଆଚାରୀଙ୍କ ସହ ତାଙ୍କ ସ୍ୱାମୀ କେ.ନୀଳମାଧବ ଆଚାରୀ ମଧ୍ୟ ଉପସ୍ଥିତ ଥିଲେ। ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସିର ନବନିର୍ବାଚିତ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ସମେତ ବହୁ ଲୋକ ପ୍ରତିନିଧି, ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଓ ଦଳୀୟ କର୍ମକର୍ତ୍ତା ବୃନ୍ଦ ପୁଷ୍ପଗୁଚ୍ଛ ପ୍ରଦାନ କରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଆଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ