‘ଉତ୍ସବ’ ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଚଳିତ ବର୍ଷ ‘ଉତ୍ସବ’ ପକ୍ଷରୁ ଆୟୋଜିତ ହେଉଥିବା ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ““UNBOUND BEATS OF INDIA-2022” ଭାରତ ସରକାରଙ୍କ “ଆଜାଦି କି ଅମ୍ରିତ୍ ମହୋତ୍ସବ”ର ଅଂଶବିଶେଷ ଭାବେ ପାଳନ ହେବ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ “ଆଜାଦି କି ଅମ୍ରିତ୍ ମହୋତ୍ସବ” ପାଳନ ଚାଲିଛି । କୋଭିଡ୍ ମହାମାରୀ ଯୋଗୁଁ ଜନସମାବେଶ ଉପରେ କଟକଣା ଜାରି କରାଯାଇଥିବାରୁ ଏଥର ଭିନ୍ନ ରୂପେ ଉକ୍ତ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ‘ଉତ୍ସବ’ର ପ୍ରତିଷ୍ଠାତା ତଥା ବିଶିଷ୍ଟ ନୃତ୍ୟଗୁରୁ ପଦ୍ମଶ୍ରୀ ରଞ୍ଜନା ଗୌହର ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କ ଦ୍ୱାରା ସଂସ୍ଥାପିତ ‘ଉତ୍ସବ ଶିକ୍ଷା ଏବଂ ସାଂସ୍କୃତିକ ସମାଜ’ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତ ପ୍ରଥାର ସଂରକ୍ଷଣ ଓ ପ୍ରଥର ସଂରକ୍ଷଣ ଓ ପ୍ରସାର କରି ୩୪ ବର୍ଷର ସାଂସ୍କୃତିକ ଯାତ୍ରା ସମ୍ପନ୍ନ କରିଛି ।


