ସଂସ୍କୃତ ଆଚାର୍ଯ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗୁରୁବାର ଗୋବରା ନିକଟସ୍ଥ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ପାତ୍ର ଅବସର ଗ୍ରହଣ କରିଛନ୍ତି I ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସଂସ୍କୃତ ଶିକ୍ଷକ ଶ୍ରୀ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷୀକେଶ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋବରା ସରପଞ୍ଚ ସୁପ୍ରଭା ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡା ଏବଂ କମ୍ପ୍ୟୁଟର୍ ଶିକ୍ଷକ ଉମାଶଙ୍କର ସେଠୀ ଯୋଗଦେଇଥିଲେ I ଏହି ଅବସରରେ ଉପସ୍ଥିତ ଅତିଥି, ଶିକ୍ଷକ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଶିକ୍ଷକ ଶ୍ରୀ ପାତ୍ରଙ୍କ ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତକୁ ସ୍ମରଣ କରିବା ସହ ତାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପାତ୍ରଙ୍କ ଦ୍ୱାରା ସ୍ମୃତି ଚାରା ରୋପଣ କରାଯାଇଥିଲା I ବଡପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦୁର୍ଗାପ୍ରସାଦ ମିଶ୍ର ଆଜିର ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ଅରୁଣ୍ କୁମାର ବେହେରା, ଅଶୋକ କୁମାର ଶତପଥି, ସୁପ୍ତି ମିଶ୍ର, ଇତିଶ୍ରୀ ରଣା, ଦେବେନ୍ଦ୍ର କୁମାର ଶତପଥୀ,ନାରାୟଣ ସାହୁ, ଜିତେନ୍ କୁମାର ଦାସ, ଶିଶିର କୁମାର ସାହୁ ଏବଂ ସୋନାଲି ସିୟ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I


