ଚିନିଶିଳ୍ପ ନୁଆଗାଁରେ ହେରା ପଞ୍ଚମୀ ପାଳିତ
ଆସିକା (ୱାଇଏନ୍ଏସ୍) :ପବିତ୍ର ଘୋଷଯାତ୍ରାର ପଞ୍ଚମ ଦିନ ତଥା ଆଷାଢ ଶୁକ୍ଳ ସପ୍ତମୀ ତିଥିରେ ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ହେରା ପଞ୍ଚମୀ ତିଥି ପାଳିତ ହୋଇଯାଇଛି । ଏହି ଅବସରରେ ମା ଲକ୍ଷ୍ମୀଙ୍କ ମାନଭଂଜନ କରାଯିବା ସହିତ ପ୍ରତୀକାତ୍ମକ ଭାବେ ରଥରୁ ଖଣ୍ଡେ କାଠ ଭଙ୍ଗାଯାଇଛି । ଚିନିଶିଳ୍ପ ନୁଆଗାଁର ଜଗନ୍ନାଥ ମନ୍ଦିରରୁ ସୁସଜ୍ଜିତ ବିମାନରେ ବିରାଜିତ ହୋଇ ମା ଲକ୍ଷ୍ମୀ ବାଦ୍ୟ ବାଜଣାରେ ତାଳେ ତାଳେ ବିରାଟ ପଟୁଆରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ଆଡପ ମଣ୍ଡପ ଅଭିମୁଖେ ଯାତ୍ରା କରିଥିଲେ । ମାହେନ୍ଦ୍ର ବେଳାରେ ଚିନିଶିଳ୍ପ ନୁଆଗାଁର ଆଡପ ମଣ୍ଡପ ନିକଟରେ ମା ଲକ୍ଷ୍ମୀଙ୍କ ବିମାନକୁ ବିରାଜମାନ କରାଯାଇ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ଡଃ ସୁୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବାଧାନରେ ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିର ପକ୍ଷରୁ ହେରା ପଞ୍ଚମୀ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଂପାଦକ ତଥା ଶିଳ୍ପାନୁଷ୍ଠାନର ଆକାଉଣ୍ଟସ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର କାର୍ଯ୍ୟକାରୀ ସଭାପତି ତଥା ଶିଳ୍ପାନୁଷ୍ଠାନର ଆଖୁ ବିଭାଗର ବରିଷ୍ଠ କର୍ମଚାରୀ ପ୍ରଶାନ୍ତ କୁମାର କର, ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର କାର୍ଯ୍ୟକର୍ତ୍ତା ବାଇଧର ନାହାକ, ଇଂ ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ରାମପ୍ରସାଦ ଶତପଥୀ, ଶ୍ରୀପାଳୀ ସୁନ୍ଦର ଦାଶ, ସନ୍ତୋଷ କୁମାର ପଟ୍ଟନାୟକ, ରାଜେଶ୍ କୁମାର ନାୟକ, ବାସୁଦେବ ସ୍ୱାଇଁ, ଏସ୍.ସୁଜିତ୍ କୁମାର ପୃଷ୍ଟି, ବିନୋଦ୍ କୁମାର ଜେନା, ଅତୁଲ୍ୟ କୁମାର ଖଣ୍ଡୁଆଳ, ତ୍ରିନାଥ ବେହେରା, ଏମ୍.ରାମବାବୁ ଦୋରା, ଭଗବାନ ବେହେରା, ଜିତେନ୍ଦ୍ର କୁମାର ଜେନା, ହାଡୁ ପାତ୍ର, ଦିଲୀପ କୁମାର ସ୍ୱାଇଁ, ସୁବ୍ରତ କୁମାର ପାତ୍ର, ରାଜେନ୍ଦ୍ର ଗୌଡ, ଟୁନା ଗୌଡ, ଦାମୋଦର ସିୟ, କୈଳାଶ ଗୌଡ, ଅନିଲ୍ କୁମାର ଦାଶ, ତ୍ରିନାଥ ସ୍ୱାଇଁ, ରାମ ଗୌଡ, ସନ୍ୟାସୀ ଗୌଡଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଓ ଜଗନ୍ନାଥପ୍ରେମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


