ପଞ୍ଚମ ଯଶୁଆପୁର ମହୋତ୍ସବ ଉପରେ ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଅଧିନସ୍ଥ ଉମାଦେଈବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଯଶୁଆପୁର ଗ୍ରାମର ସାମାଜିକ ଅନୁଷ୍ଠାନ ଯଶୁଆପୁର ବିକାଶ ପରିଷଦ ଓ ଡ଼ାକ ବିଭାଗ, ଓଡ଼ିଶା, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଥିବା ପ୍ରଧାନ ଡ଼ାକଘରଠାରେ ପଞ୍ଚମ ଯଶୁଆପୁର ମହୋତ୍ସବ ଉପରେ ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯଶୁଆପୁର ବିକାଶ ପରିଷଦର ଏପରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ାକ ବିଭାଗର ବରିଷ୍ଠ ଅଧିକାରୀ ଆଦିତ୍ୟ କୁମାର ନାୟକ, ବସନ୍ତ କୁମାର ପଣ୍ଡା, ଶିବଶଙ୍କର ଶତପଥୀ, ଉମାଦେଈବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରମାଲତା ନାୟକ, ସମିତି ସଭ୍ୟ ତଥା ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଞ୍ଜନ କୁମାର ମହାପାତ୍ର, ଅନୁଷ୍ଠାନର ଉପଦେଷ୍ଟା ବିଧୁଭୂଷଣ ପଟ୍ଟନାୟକ, ସୁଚିସ୍ମିତା ପୃଷ୍ଟି, ଦିଲ୍ଲୀପ ମାର୍ଥା, ବିକାଶ ଦାସ, ନାରାୟଣ ବେହେରା ଏବଂ କାଞ୍ଚନ ଫାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ଉପସଭାପତି ବିଶ୍ୱଜିତ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ପ୍ରକାଶ ପ୍ରଧାନ, ଦେବେନ୍ଦ୍ର ନାୟକ, ଦୀପକ ସ୍ୱାଇଁ ଏବଂ ଅଜିତ କୁମାର ରାଉତ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ