ଆନ୍ତର୍ଜାତୀୟ ଲାୟନ୍ସ କ୍ଲବର ଦୁଇଦିନିଆ ଜିଲ୍ଲା ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ ଜିଲ୍ଲାର ଜିଲ୍ଲା ସମ୍ମିଳନୀ ହୋଟେଲ ଏକ୍ସଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ଯାହାକି ପୃଥିବୀର ବୃହତମ ଏନ.ଜି.ଓ. ଭାବରେ ମାନ୍ୟତା ପାଇଛି, ତାହା ସାରା ପୃଥିବୀରେ ୨୧୦ ଦେଶରେ ୧୫ ଲକ୍ଷ ସଦସ୍ୟ ଅଛନ୍ତି । ଭାରତବର୍ଷରେ ଲାୟନ୍ସ କ୍ଲବରେ ସବୁଠାରୁ ଅଧିକ ସଦସ୍ୟ ଓ କ୍ଲବ ରହିଛନ୍ତି । ଓଡ଼ିଶାରେ ଲାୟନ୍ସ କ୍ଲବର ୩ଟି ଲାୟନ୍ସ ଜିଲ୍ଲା ଅଛି । ତାହା ମଧ୍ୟରୁ ଭୁବନେଶ୍ୱର (ଖୋର୍ଦ୍ଧା ଜିଲ୍ଲା) ଓ ଦକ୍ଷିଣର ୯ଟି ଜିଲ୍ଲା ନେଇ ୩୨୨ ସି୪ ଜିଲ୍ଲାର ଦୁଇଦିନିଆ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀରେ ମଣିପୁରମ ଗୋଲ୍‌ଡ଼ର ମୁଖ୍ୟ ଲାୟନ ଭି.ପି. ନନ୍ଦକୁମାର ଯିଏକି ଭାରତବର୍ଷରୁ ଲାୟନ୍ସ କ୍ଲବର ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଅଛନ୍ତି, ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ଓ ଏମ୍‌ସ ଭୁବନେଶ୍ୱର ର ପୂର୍ବତନ ନିର୍ଦ୍ଦେଶକ ଡ଼କ୍ଟର ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀର ମୁଖ୍ୟ ହେଉଛନ୍ତି ଜିଲ୍ଲା ୩୨୨ସି୪ର ଜିଲ୍ଲା ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ । ଏହି ସମ୍ମିଳନୀରେ ଭୁବନେଶ୍ୱର, ବ୍ରହ୍ମପୁର ଭଳି ବଡ଼ ବଡ଼ ସହରର ୪୫ କ୍ଲବର ସଦସ୍ୟମାନେ ଭାଗ ନେଇଛନ୍ତି । ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଓଡ଼ିଶାରେ ଓ ଭାରତବର୍ଷରେ ଲାୟନ୍ସ କ୍ଲବ ମାନଙ୍କ ଉତ୍ତୋରତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ଆଲୋଚନା ହେବ ଓ ଲାୟନ୍ସ କ୍ଲବରେ ବିଭିନ୍ନ ବିଭାଗରେ ଭଲ କାମ କରୁଥିବା ସଦସ୍ୟମାନଙ୍କୁ ପୁରସ୍କୃତ କରାଯିବ । ଏହି ସମ୍ମିଳନୀରେ କ୍ୟାବିନେଟ ସମ୍ପାଦକ ଲାୟନ ବିଜୟ କୁମାର ସାହୁ, ଅତିଥି କମିଟିର ଚେୟାରମ୍ୟାନ ଡ଼କ୍ଟର ସୁରେଶ ସାହୁ ତଥା ଅନ୍ୟ ଲାୟନ୍ସ କ୍ଲବର ନେତୃବର୍ଗ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ